ପହିଲାରେ ନିଯୁକ୍ତ ହେ‌େ‌ବ ଓୟୁଏଟି କୁଳପତି !

ଭୁବନେଶ୍ବର  : କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ନୂତନ କୁଳପତି ନିଯୁକ୍ତି ପାଇଁ ମନୋନୟନ କମିଟି ପକ୍ଷରୁ ତିନି ଜଣିଆ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ମେ’ ପହିଲାରେ ରାଜ୍ୟପାଳ ଏହି ତିନି ଜଣଙ୍କ ବ୍ୟକ୍ତିଗତ ସାକ୍ଷାତକାର ନେବେ। ପ‌େର ଏହି ଦିନ ନୂତନ କୁଳପତିଙ୍କ ନାମ ରାଜଭବନ ପକ୍ଷରୁ ଘୋଷଣା ହେବା ସମ୍ଭାବନା ରହିଛି। ପୂର୍ବତନ ମୁଖ୍ୟ ସଚିବ ଯୁଗଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ମନୋନୟନ କମିଟି ବୈଠକ କରାଯାଇଥିଲା। କମିଟିରେ କୃଷି ବିଭାଗ ସଚିବ କମିଟିର ଆବାହକ ଥିବାବେଳେ ଓୟୁଏଟିର ପୂର୍ବତନ କୁଳପତି ଡି.କେ ପ୍ରଧାନ ଏହି କମିଟିର ସଦସ୍ୟ ଅଛନ୍ତି। ନୂତନ କୁଳପତି ପଦ ଲାଗି ମୋଟ ୭୬ଜଣ ପ୍ରଫେସର ଓ ଶିକ୍ଷାବିତ୍‌ ଆବେଦନ କରିଥିଲେ। ସେଥିମଧ୍ୟରୁ ଓୟୁଏଟିର ୧୭ ଜଣ ଥିବାବେଳେ ରାଜ୍ୟ ଓ ଦେଶର ଅନ୍ୟ ଶିକ୍ଷାନୁଷ୍ଠାନର ୫୯ ଜଣ ଶିକ୍ଷାବିତ୍‌ ଓ ପ୍ରାଧ୍ୟାପକ ଆବେଦନ କରିଥିଲେ।
ମନୋନୟନ କମିଟି ଆବେଦନ ପତ୍ର ଯାଞ୍ଚ କରିବା ପରେ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା। ଉକ୍ତ ପ୍ରାର୍ଥୀଙ୍କୁ ଡାକି ସେମାନଙ୍କର ବ୍ୟକ୍ତିଗତ ସାକ୍ଷାତ ନିଆଯାଇଥିଲା। ଉକ୍ତ କମିଟି ଶେଷରେ ତିନି ଜଣ ପ୍ରାର୍ଥୀ ନାମ ନୂତନ କୁଳପତି ପଦ ପାଇଁ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଆସନ୍ତା ମେ ପହିଲାରେ ଏହି ତିନି ଜଣ ପ୍ରାର୍ଥିଙ୍କର ବ୍ୟକ୍ତିଗତ ସାକ୍ଷାତକାର ନିଆଯିବ। ଏହି ତିନି ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଯେଉଁ ପ୍ରାର୍ଥୀଙ୍କୁ ମନୋନୟନ କରିବେ ତାଙ୍କୁ ନୂତନ କୁଳପତି ଭାବେ ଦାୟିତ୍ବ ପ୍ରଦାନ କରାଯିବ। ଏହି ଦିନ ରାଜଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ କମିଟି ପକ୍ଷରୁ ଚୂଡାନ୍ତ ହୋଇଥିବା କୁଳପତି ତାଲିକାରେ ଓୟୁଏଟିର କୌଣସି ପ୍ରଫେସରଙ୍କ ନାମ ନଥିବା ଜଣାପଡ଼ିଛି। ଚୂଡାନ୍ତ ତାଲିକାରେ ଅନ୍ୟ ଶିକ୍ଷାନୁଷ୍ଠାର ପ୍ରଫେସରଙ୍କ ନାମ ରହିଛି।
ସୂଚନାଯୋଗ୍ୟ ଯେ ନୂତନ କୁଳପତିି ପାଇଁ କଲକାତାସ୍ଥିତ କୃଷି ବିଶ୍ବବିଦ୍ୟାଳୟ, ଭାରତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ରାଞ୍ଚି, ରାୟପୁର କୃଷି ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍‌ ଓ ପ୍ରାଧ୍ୟାପକମାନେ ଆବେଦନ କରିଥିଲେ।

Comments are closed.