ଓୟୁଏଟି ଫାର୍ମ ସିଲ୍, ବର୍ଷେ ପରେ କୁକୁଡା ପ୍ରଜନନ

ଭୁବନେଶ୍ବର: ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ବର ଓୟୁଏଟି ଫାର୍ମ ସିଲ୍ କରି ଦିଆଯାଇଛି। କର୍ତ୍ତୃପକ୍ଷ ଫାର୍ମ ସିଲ୍ କରିବା ପରେ ଲାଲ୍ ପତାକା ଲଗାଇଛନ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ ଫାର୍ମ ସିଲ୍ ରହିବ ଏବଂ ୧୫ ଦିନରେ ଥରେ ବିଶୋଧନ କରାଯିବ। ପ୍ରାୟ ଏକ ବର୍ଷ ଯାଏଁ ସଂପୃକ୍ତ ଫାର୍ମରେ କୁକୁଡା ପ୍ରଜନନ ବନ୍ଦ ରହିବ। ଏନେଇ ପ୍ରାଣୀ ସଂପଦ ନିର୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜାନୁଆରୀ ୨୭ରେ ଓୟୁଏଟିରେ ବାର୍ଡ ଫ୍ଲୁ ରିପୋର୍ଟ ଆସିଥିଲା। ଏହା ପରେ ଭୁବନେଶ୍ବରରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିଲା।

Comments are closed.