ଆସନ୍ତାକାଲି ଓୟୁଏଟି ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର :  ଓଡ଼ିଶା କୃଷି ଓ ବୈଷୟକି ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ରବିବାର) ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ୨୪ଟି ସ୍ଥାନରେ ମୋଟ୍‍ ୮୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଗୋଟାଏ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ କୌଣସି କାରଣରୁ ‘ଫର୍ମ-ବି’ ପୂରଣ କରିନାହାନ୍ତି ସେମାନଙ୍କୁ ମଧ୍ୟ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ‘ଫର୍ମ-ବି’ ଦାଖଲ କରିପାରିବେ।

ସୂଚନାଯୋଗ୍ୟ,  ୨୦୨୦-୨୧ ଶିକ୍ଷା ବର୍ଷରେ କୃଷି, ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଓ ଗୋଷ୍ଠୀ ବିଜ୍ଞାନ ଭଳି ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ପାଇଁ ୯ ଟି ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମୋଟ ୩୩ ହଜାର ୩୫ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଗତବର୍ଷ ସ୍ନାତକ ପାଠ୍ୟକ୍ରମରେ ପ୍ରାୟ ୩୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚଳିତ ବର୍ଷ କରୋନା ଯୋଗୁଁ ବିଦ୍ୟାର୍ଥୀଙ୍କ ଆବେଦନ ସଂଖ୍ୟା କମିଥିବା ଜଣାପଡିଛି।

Comments are closed.