ବିଧାନସଭା ସ୍ୱାଧୀକାର କମିଟିରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା ଜାଗି ମଙ୍ଗତ

0

ଭୁବନେଶ୍ବର: ଓଡ଼ିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ସୋମବାର ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ହାଜର ପରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଟିଭିକୁ ସାଂଘାତିକ ଭାବେ ହଇରାଣ କରାଯାଉଛି । ମହିଳା ଉଦ୍ୟୋଗୀ ଭାବେ ମୋତେ ହଇରାଣ କରାଯାଉଛି । ଓଡିଶାରେ ବିଗତ ୨୨ ବର୍ଷ ହେଲା ମୁଁ କାମ କରିଆସୁଛି ହେଲେ ଏମିତି ପରିସ୍ଥିତି ସାମ୍ନା କରିନଥିଲୁ । ମହିଳା ଉଦ୍ୟୋଗୀ ଭାବେ ୨ ହଜାର ନିଯୁକ୍ତି ସୁଯୋଗ ସୃ​‌ଷ୍ଟି କରିଛି । ଓଟିଭି ପ୍ରତି ବିଭିନ୍ନ ଆଡୁ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରାଯାଇଛି । ଓଟିଭିକୁ ବିଭିନ୍ନ ପକ୍ଷରୁ ବିଭିନ୍ନ ଦିଗରୁ ଆକ୍ରମଣ କରାଯାଉଛି । ଓଟିଭି ମ୍ୟାନେଜମେଣ୍ଟ କେବେ ନ୍ୟୁଜରେ ହସ୍ତକ୍ଷେପ କରେ ନାହିଁ । ଆମ ସାମ୍ବାଦିକମାନେ ଚାର୍ଟରକୁ ମାନନ୍ତି । ତେଣୁ ଆମେ ତାଙ୍କ ପାଇଁ ଗର୍ବିତ ।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୯ରେ ବିଧାନସଭା ସମ୍ପର୍କିତ ଏକ ଖବର ଓଟିଭିରେ ପ୍ରସାରଣ ହୋଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ଆଣି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ଏହି ମାମଲାରେ ଜାନୁଆରୀ ୨୮ କିମ୍ବା ତା ପୂର୍ବରୁ ବିଧାନସଭା ସ୍ୱାଧୀକାର କମିଟି ଆଗରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ ହୋଇଥିଲା।

Leave A Reply