ବିଜେଡିରେ ମିଶିଲେ ଅନ୍ୟ ଦଳୀୟ କର୍ମୀ

ନୀଳଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ବାଲେଶ୍ୱର ଜିଲା ନୀଳଗିରିର ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରା ଅଞ୍ଚଳର ଅନ୍ୟଦଳୀୟ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ଜଡ଼ିବାଲିସ୍ଥିତ ଶ୍ରୀ ଖଟୁଆଙ୍କ ଫାର୍ମହାଉସରେ କର୍ମୀମାନେ ପହଞ୍ଚି ବିଜେଡିରେ ମିଶିଥିଲେ । ଏହି ଉପଲକ୍ଷେ ଶ୍ରୀ ଖଟୁଆ ନୂତନ କର୍ମୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ବାଘମରା ଅଞ୍ଚଳର ଶୁକେନ୍ଦ୍ର ସିଂ, ଯୋଗେନ୍ଦ୍ର ସିଂ, କାଳିଆ ସିଂ, ଭଗବାନ ସିଂ, ସନ୍ତୋଷ ସିଂ, ହରିଆ ସିଂ, ରାଜା ସିଂ, ହରିଶ୍ଚନ୍ଦ୍ର ସିଂ, କାଳନ୍ଦୀ ସିଂ, ପ୍ରଣପାଠ ସିଂ, ରଣବୀର ସିଂ, ଅନିରୁଦ୍ଧ ସିଂ ପ୍ରମୁଖ ନୂତନଭାବେ ବିଜେଡିରେ ଯୋଗଦାନ କରିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ଯୁବନେତା ସୁମନ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ନୂତନ କର୍ମୀମାନେ ଶପଥ ନେଇଥିବା ସୂଚନା ମିଳିଛି।

Comments are closed.