ପୂଜା ଛୁଟି ପରେ ଖୋଲିପାରେ ଅନ୍ୟ ଶ୍ରେଣୀ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହେବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ୍ ଚାଲିବ। ତେବେ ମୋବାଇଲ୍ ଫୋନ୍ ର ଯେଉଁଭଳି ଦୁରୂପଯୋଗ ନହେବ ଅଭିଭାବକମାନେ ସଜାଗ ରହିବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ଏବେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହରେ ପାଠ ପଢା ଯାଉଛି।

Comments are closed.