ଓଟିଇଟି ଫର୍ମ ପୂରଣ ଅବଧି ୧୦ପର୍ଯ୍ୟନ୍ତ ବଢ଼ିଲା

0

କଟକ : ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ୨୦୧୮ ନିମନ୍ତେ ଫର୍ମ ପୂରଣ ଅବଧି ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। ପରୀକ୍ଷାର୍ଥୀମାନେ ୧୦ତାରିଖ ରାତି୧୧ଟା୪୫ ଯାଏ ଦେୟ ଦାଖଲ ଓ ୧୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ। ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଓପନ୍‍ ସ୍କୁଲିଂ(ଏନ୍‍ଆଇଓଏସ୍‍)ଅଧିନରେ ଡି.ଇଏଲ.ଇଡି ପାଠ୍ୟକ୍ରମର ଶେଷବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଓଟିଇଟି ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀମାନେ ଏନ୍‍ଆଇଓଏସ୍‍ ନିର୍ଦେଶକ କିମ୍ବା ନିର୍ଦେଶକଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଷ୍ଟଡି ସେଣ୍ଟର ମୁଖ୍ୟଙ୍କଠାରୁ ଅଧ୍ୟୟନରତ ପ୍ରମାଣପତ୍ର ଆଣି ଅପ୍‍ଲୋଡ୍‍ କରିବେ। ଏହାପରେ ଆଉ କୌଣସି ସମୟସୀମା ବର୍ଦ୍ଧିତ କରାଯିବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply