ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ୧୬ତମ ବାର୍ଷିକ ସମ୍ମିଳନୀ

ଭୂବନେଶ୍ୱର: ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ୧୬ତମ ବାର୍ଷିକ ସମ୍ମିଳନୀ ପାନ୍ଥନିବାସ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଅଶ୍ୱିନୀ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ-ସଭାପତି ଅଜୟ କୁମାର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ସଂଘ ୨୦୦୬ମସିହାରେ ଆରମ୍ଭ ହୋଇ ତତ୍କାଳୀନ କବିସୂର୍ଯ୍ୟ ନଗରର ବିଧାୟକ ଲଡୁ କିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ପରିଚାଳିତ ହୋଉଥିଲା। ଏହାପରେ ୨୦୦୯ମସିହାଠାରୁ ଅଦ୍ୟାବଧି ସଂଘର କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉତ୍ତମ ତତ୍ତ୍ବାବଧାନରେ ପରିଚାଳିତ ହୋଇଆସୁଛି।

 

ଶ୍ରୀ ବିଶ୍ୱାଳଙ୍କ ଉତ୍ତମ ତତ୍ୱାବଧାନ ଯୋଗୁଁ ରାଜ୍ୟର  ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଓଟିଡିସିର ପରିଚାଳନା କର୍ତ୍ତୃପକ୍ଷଙ୍କୁ ମିଶାଇ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମସ୍ତ କର୍ମଚାରୀମାନଙ୍କର ବହୁବିଧ ସମସ୍ୟାର ସମାଧାନ କରାଇବାରେ ସଫଳ ହୋଇପାରିଛି। ସେହି ସଫଳତା ଗୁଡିକ ହେଲା- ରାଜ୍ୟ ସରକାର ତା ୧୨.୪.୧୯୯୩ରିଖ ପରଠାରୁ ନିଯୁକ୍ତି ଉପରେ ରହିତାଦେଶ ଦେଇଥିବାରୁ ନିଗମରେ କାର୍ଯ୍ୟରତ ଥିବା ୨୬ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିପାରି ନ ଥିଲେ ମଧ୍ୟ ବିଭିନ୍ନ ସମୟରେ ଆଲୋଚନା କରାଇ ତାଙ୍କର ବେତନ ବୃଦ୍ଧି କରିବାରେ ସଂଘ ସହାୟକ ହୋଇପାରିଛି। ସର୍ଭିସ ପ୍ରୋଭାଇଡର ଏଜେନ୍ସି ମାଧ୍ୟମରେ ରହୁଥିବା ୫୦ ଜଣରୁ ଊର୍ଦ୍ଧ୍ବ ଡିପ୍ଲୋମାଧାରୀଙ୍କୁ କନିଷ୍ଠ ଯନ୍ତ୍ରୀ, ସହକାରୀ ପରିଚାଳକ ହିସାବ, ସହକାରୀ ପରି·ଳକ ଖାଦ୍ୟ ଓ ପାନୀୟ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ସଂଘ ମାଧ୍ୟମରେ ଦିଆଯାଇଛି। ଓଟିଡିସି କର୍ମଚାରୀମାନଙ୍କୁ ବେତନ କମିଶନ ସୁପାରିଶ ଅନୁଯାୟୀ ଷଷ୍ଠ ଓ ସପ୍ତମ ବେତନ କମିଶନ ସୁପାରିଶ ମଧ୍ୟ ଲାଗୁ କରାଯାଇ ସାରିଛି। ରାଜ୍ୟ ସରକାରଙ୍କ ପ୍ରଦତ ମହଙ୍ଗାଭତ୍ତା ପ୍ରଦାନ କରାଇବାରେ ସଂଘ ପ୍ରମୁଖ ଭୂମିକା ଗ୍ରହଣ କରିବା ଦ୍ୱାରା ସଫଳତା ଲାଭ କରିଛି। ଏତଦ୍ ବ୍ୟତୀତ ଏହି ନିଗମରେ କ୍ୟାଡରରୁଲ ହୋଇ ନଥିଲେ ମଧ୍ୟ ପ୍ରିୟାପ୍ରିତୀ ମାଧ୍ୟମରେ ଦିଆଯାଉଥିବା ପଦୋନ୍ନତିକୁ ରୋକାଯିବା ସହ ନିୟାମାନୁଯାୟୀ ବର୍ଦ୍ଧିତ ଭତ୍ତା(ଟିବିଏ)ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ଉପଯୁକ୍ତ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଉକ୍ତ ୧୬ତମ ବାର୍ଷିକ ସମ୍ମିଳନୀରେ ନିଗମର କାର୍ଯ୍ୟକାରୀ ସଭ୍ୟ ଲିଟୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.