କୋର୍ଟର ନିର୍ଦ୍ଦେଶ ପରେ ୧୭୦୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ

ଭୁବନେଶ୍ବର : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୧୭୦୦ରୁ ଅଧିକ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଶନିବାର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ସେମାନଙ୍କୁ ନିୟୋଜିତ ପତ୍ର ପ୍ରଦାନ କରାଯାଇଛି। ୧୭୦୦ରୁ ଅଧିକ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଫଳରେ ରାଜ୍ୟର ଶିକ୍ଷକ ଅଭାବ ଜନିତ ସମସ୍ୟାର ସମାଧାନ ଦିଗରେ ସହାୟକ ବୋଲି ନିସନ୍ଦେହ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପ ସ୍ବରୂପ ୨୦୧୬ ମସିହାରେ OSSTET ( Odisha Secondary School Teacher Eligibility Test) ଓ ୨୦୧୮ରେ ଶିକ୍ଷକ ଚୟନ ନିମନ୍ତେ Online ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରଚଳନ କରାଯାଇଥିଲା। ୨୦୧୯ ମସିହା ଫେବୃଆରୀ ମାସରେ ନୂତନ ପଦ୍ଧତିରେ ଶିକ୍ଷକ ନିଯୁକ୍ତି ନିମନ୍ତେ ୨୭୪୦ ଟ୍ରେଣ୍ଡ ଗ୍ରାଜୁଏଟ୍ ପଦବୀ ପାଇଁ ୨ଟି ପର୍ଯ୍ୟାୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ special drive recruitment  ପାଇଁ ୯୧୨ ଓ ୨ୟ ପର୍ଯ୍ୟାୟରେ regular recruitment ପାଇଁ ୧୮୨୮ ପଦବୀ ପାଇଁ ବିଜ୍ଞାପନ କରାଯାଇଥିଲା। ନଭେମ୍ବର ୨ ୦୧୯ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଯୋଗୁଁ ନିଯୁକ୍ତି ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ଘଟିଥିଲା, ତେବେ ମକଦ୍ଦମା ଫଇସଲା ହେବା ପରେ ଚୂଡାନ୍ତ ହୋଇଥିବା Special Drive Recruitment ନିମନ୍ତେ ୨୫୧ ପ୍ରାର୍ଥୀ ଓ Regular Recruitment ନିମରେ ୧୫୪୮ ପ୍ରାର୍ଥୀଙ୍କର ଜିଲାସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇ ଜିଲାକୁ ପଠାଇବା ସହ ସମସ୍ତ ଔପଚାରିକତା ସମ୍ପାଦନ କରି ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.