ଓଲଟିଲା ଓଏସଆରଟିସି ବସ୍, ୫ ଯାତ୍ରୀ ଆହତ

ଜୟପୁର: ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍ । ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ୫ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଉମୁରି ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ସକାଳୁ ସକାଳୁ ଏହି ଦୁର୍ଘଟଣା ହୋଇଥିଲା । ବସରେ ପ୍ରାୟ ୪୫ଜଣ ଯାତ୍ରୀ ଥିଲେ । ଗତକାଲି ରାତିରେ ବସଟି ବିଶାଖାପାଟଣାରୁ ବାହାରିଥିଲା । ତେବେ ଦୁର୍ଘଟଣାର କରଣ ଜଣାପଡ଼ିନଥିବା ବେଳେ, କୁହୁଡି ଯୋଗୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି ।

Comments are closed.