ଗ୍ରୀନ ଜୋନରେ ଚାଲିବ ସରକାରୀ ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ଵର : ରାଜ୍ୟର ସମସ୍ତ ଗ୍ରୀନ୍ ଜୋନରେ ଚାଲିବ ସରକାରୀ ବସ୍ । ଯାତ୍ରୀମାନଙ୍କୁ ଏଥି ପାଇଁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ହେବ ।  ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ୍‌ ଚଳାଇବାକୁ ଅନୁରୋଧ କରାଯାଇଥିଲା । ହେଲେ ବସ୍‌ ମାଲିକ ସଂଘ ରାଜି ନହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଆଜିଠାରୁ କଟକ ଭୁବନେଶ୍ଵର ମଧ୍ୟ​‌ରେ ମଧ୍ୟ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଗୋଟିଏ ସରକାରୀ ବସ ଚାଲିଥିଲା । କଟକରୁ ବାହାରିଥିବା ବସ୍‌ ଭୁବନେଶ୍ୱର ଖାରବେଳ ଭବନ, ରାଜୀବ ଭବନ ଦେଇ ସଚିବାଳୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଅଫିସ୍‌ ସରିବା ପରେ କର୍ମଚାରୀଙ୍କୁ ନେଇ ଯିବ ବସ୍‌ । ୩୦ ଟଙ୍କା ଭଡ଼ା ଦେଇ ଯିବାଆସିବା କରିବେ କର୍ମଚାରୀ । ବସ୍‌ରେ ଯିବା ବେଳେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Comments are closed.