ଆଜିଠୁ ରାଜ୍ୟରେ ଓଏସ୍‌ଆର୍‌ଟିସି ବସ ସେବା : ୬୬ଟି ରୁଟରେ ଯାତ୍ରୀଙ୍କ ପାଇଁ ଗଡିବ ୯୬ ଟି ବସ୍

ଭୁବନେଶ୍ଵର : ସୋମବାର ଠାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)ର ବସ୍ ରାଜ୍ୟରେ ଚଳାଚଳ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି । ଏଥି ସହିତ ବସରେୂ କୌଣସି ଯାତ୍ରୀ ଛିଡା ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ସୂଚନା ରହିଛି । ଜନସାଧାରଣ ଓ ବସ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଆବଶ୍ୟକ ନଥିଲେ ବସରେ ଯାତ୍ରା କରନ୍ତୁ ନାହିଁ। ବସଷ୍ଟାଣ୍ଡରେ ଏବଂ ବସରେ ଚଢ଼ିବା ସମୟରେ ନିଶ୍ଚିତ ଭାବରେ ସାମାଜିକ ଦୂରତା ରକ୍ଷା କରିବାକୁ ଶ୍ରୀ ବୋଥ୍ରା ଅପିଲ କରିଛନ୍ତି।

Comments are closed.