ଓସ୍‌ଜାର ସାଧାରଣ ପରିଷଦ ବୈଠକ

ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ବର : ଓଡ଼ିଶାରେ ପ୍ରତିଭାଙ୍କ ବିକାଶ ହେଉ ବା ସମସ୍ତ ପ୍ରକାର କ୍ରୀଡ଼ା ଆୟୋଜନ; ଏହାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ବଡ଼ ଦାୟିତ୍ବ କ୍ରୀଡ଼ା ସାମ୍ବାଦିକମାନଙ୍କର। ତେଣୁ କିପରି କାର୍ଯ୍ୟ ସମ୍ପାଦନ ସକାଶେ ପ୍ରକୃଷ୍ଟ ପରିବେଶ ସୃଷ୍ଟି ହୋଇପାରିବ; ସେ ଦିଗରେ ପ୍ରୟାସ କରାଯିବା ପାଇଁ ବୁଧବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌)ରେ ନିଷ୍ପତ୍ତି ନିଆଯାଇଛି। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଓ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ସଂଘ ହେଉଛି ଓସ୍‌ଜା। ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବ୍‌ ସଭାଗୃହରେ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ତଥା କାର୍ଯ୍ୟକାରୀ ସଭାପତି କେ. ରବି ଓ ବରିଷ୍ଠ ସଦସ୍ୟ ସୁଶାନ୍ତ ମହାନ୍ତିଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ବୈଠକ।
କ୍ରୀଡ଼ା ସାମ୍ବାଦିକମାନେ କାର୍ଯ୍ୟ ସମ୍ପାଦନ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋଚନା ହୋଇଥିଲା। ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁନଃ ପ୍ରଦାନ କରିବା ଏବଂ କ୍ରୀଡ଼ା ସାମ୍ବାଦିକମାନଙ୍କୁ ପଞ୍ଜିକୃତ ସାମ୍ବାଦିକ ଭାବେ ସ୍ୱୀକୃତି ପ୍ରଦାନ କରିବା ତଥା ଓସ୍‌ଜାର ରାଜ୍ୟ କାର୍ଯ୍ୟାଳୟ ସକାଶେ ସରକାରୀ ଆବାସ ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟିବା ପାଇଁ ସ୍ଥିର କରାଯାଇଛି। ମାର୍ଚ୍ଚ ୨୧ରେ ଓସ୍‌ଜାର ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ନିକଟରେ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ସମ୍ବିତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଓସ୍‌ଜାର ନୂତନ କର୍ମକର୍ତ୍ତା ନିର୍ବାଚନ କରା ଯାଇଥିଲା। ଦେବୀ ପ୍ରସନ୍ନ ମହାନ୍ତି ସଂଘର ନୂଆ ସାଧାରଣ ସମ୍ପାଦକ, ଦେବାଶିଷ ସୁନ୍ଦରାୟ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟ ପଦାଧିକାରୀ ହେଲେ ସଭାପତି- ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବି, ଉପସଭାପତି- ସଞ୍ଜୀବ ବିଶ୍ୱାଳ, ସମୀକ୍ଷା ପଟ୍ଟନାୟକ ଓ ହିମାଂଶୁ ପତି ମିଶ୍ର, ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ, ଜ୍ଞାନରଞ୍ଜନ ମିଶ୍ର ଓ ତପନ କୁମାର ସ୍ୱାଇଁ; କାର୍ଯ୍ୟନିର୍ବାହୀ କମିଟି- ସୁଶାନ୍ତ ମହାନ୍ତି, ସନାତନ ପାଣି, ସମ୍ବିତ ମହାପାତ୍ର, ତନ୍ମୟ ଦାସ, ସମୀର ରାଉତ, ସୁକେଶ ବେହେରା ଓ ଦୀପ୍ତିରଞ୍ଜନ ସାମଲ। ବୈଠକରେ ବିମଳ କୁମାର, ପ୍ରତାପ ପ୍ରଧାନ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝୀ, ମନୋରଞ୍ଜନ ଦାସ, ରଞ୍ଜନ ରାୟ, ସୁଜିତ ଦାସ, ବେଣୁଧର ଦାସ, ମହେନ୍ଦ୍ର ସାହୁ, ଉମାକାନ୍ତ ମିଶ୍ର, ମନମୋହନ ସ୍ୱାଇଁ, ତୁଷାର ସେନାପତି, କୁମାରଶ୍ରୀ ସାହୁ ଉପସ୍ଥିତ ଥିଲେ।

Comments are closed.