କରୋନା ଚିକିତ୍ସା : ରେମଡେସିଭର ପ୍ରୟୋଗ କରିବ ଆମେରିକା

ୱାଶିଂଟନ : ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଚିକିତ୍ସା ପାଇଁ ରେମଡେସିଭର ଔଷଧ ଉପଯୋଗ କରିବାକୁ ନିଷ୍ପତି ନେଇଛି ପ୍ରଶାସନ। ଏହି ଔଷଧ ଗୁରୁତର ରୋଗୀଙ୍କୁ ଭଲ କରୁଥିବାରୁ ଫିଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବ୍ୟବହାର ପାଇଁ ଅନୁମତି ଦେଇଥିବା ଜଣାପଡିଛି।
ବିଶ୍ବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନଥିବା ବେଳେ କିଛି ଔଷଧକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଛି। ଆମେରିକାରେ ସର୍ବାଧିକ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଅନ୍ୟ ଦେଶ ତୁଳନାରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ରୋଗର ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ବ୍ୟବହାର କରିବାକୁ ଆମେରିକା ଚେଷ୍ଟା କରିଥିବା ବେଳେ ବିଶେଷ ଫଳପ୍ରଦ ହୋଇନଥିଲା। ଏବେ ରେମଡେସିଭର ଔଷଧ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଯୋଗ କରିବାକୁ ପ୍ରଶାସନ ନିଷ୍ପତି ନେଇଛି।