ଜାମ୍ମୁ-କାଶ୍ମୀରରେ ଓଡ଼ିଆ ଯୁବକ ଗିରଫ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ବାରମୁଲାଠାରୁ ଜଣେ ଓଡ଼ିଆ ଯୁବକଙ୍କୁ ଭାରତୀୟ ସେନା ଗିରଫ କରିଛି। ତାଙ୍କଠାରୁ ନେପାଳର ୧୨୬ଟି ମୁଦ୍ରା ଓ ହଜାରେ ନୋଟ ଜବତ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଜିଲା କୁଳିଗାଁର ଦୁ‌େର୍ଯ୍ୟାଧନ ମହାରଣା। ଅଧିକ ତଦନ୍ତ ନିମନ୍ତେ ସେନା ତାଙ୍କୁ ଉରି ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।

Comments are closed.