ଭାରତୀୟ ଦଳର କମଳା ରଙ୍ଗର ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ : ଚଳିତ ବିଶ୍ବକପ୍‌​‌େ​‌ର ରବିବାର ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତୀୟ ଦଳ। ଉଭୟ ଭାରତ ଓ ଇଂଲଣ୍ଡ ଦଳର ପୋଷାକର ରଙ୍ଗ (ନୀଳ) ସମାନ ଥିବାରୁ ଏହି ମ୍ୟାଚ୍‌ରେ ଭାରତକୁ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆ ଯାଇଥିଲା। କାରଣ ଘରୋଇ ଦଳ ଭାବେ ଇଂଲଣ୍ଡକୁ ତା’ର ପ୍ରକୃତ ରଙ୍ଗର ପୋଷାକ ପିନ୍ଧିବାକୁ ଅନୁମତି ଦିଆ ଯାଇଥିଲା। ଭାରତୀୟ ଦଳ ଏହି ମ୍ୟାଚ୍‌ରେ କମଳା ରଙ୍ଗର ପୋଷାକ ପିନ୍ଧିବ ବୋଲି କୁହା ଯାଇଥିଲା। ଶୁକ୍ରବାର ବିସିସିଆଇ ରବିବାର ମ୍ୟାଚ୍ ଲାଗି ଭାରତୀୟ ଦଳର କମଳା ରଙ୍ଗର ଜର୍ସି ଟ୍ବିଟର ଜରିଆରେ ଉନ୍ମୋଚନ କରିଛି। ଅବଶ୍ୟ ଏହି ପୋଷାକର ସମ୍ମୁଖ ଭାଗରେ ଗାଢ଼ ନୀଳ ରଙ୍ଗ ରହିଛି। ଏହି ମ୍ୟାଚ୍ ଜିତିଲେ ଭାରତ ସେମିଫାଇନାଲ ଖେଳିବା ନିଶ୍ଚିତ କରିବ।

Comments are closed.