ଖ୍ରୀଷ୍ଟମାସ୍ ସ୍ପେଶାଲ ଅରେଞ୍ଜ କେକ୍

0

ଅଳ୍ପ ଦିନ ବାକି ରହିଲା ଖ୍ରୀଷ୍ଟମାସ୍ ପର୍ବ ପାଳନ । ଏହି ଅବସରରେ ଘରେ ଘରେ କେକ୍ ର ଆସର ଜମିଥାଏ । ପିଲାଠୁଁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ କେକ୍ । ବାହାରୁ କେକ୍ କିଣି ଆଣିବା ପରିବର୍ତ୍ତେ ଏବେ ଘରେ ପ୍ରସ୍ତୁତ କରନ୍ତୁ ଫାଇଭ୍ ଷ୍ଟାର୍ ହୋଟେଲର ଅରେଞ୍ଜ କେକ୍ । ଆସନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:

ଏକ କପ୍ ମଇଦା, ୨ଟି କିନୁ ବା କମଳା, ଦୁଇଟି ଛୋଟ ଚାମଚ ଅଲସୀ ପାଉଡର, ପେସା ହୋଇଥିବା ଚିନି ଏକ କପ୍, ୧/୪ ଛୋଟ ବେକିଙ୍ଗ ସୋଡା, ୧/୨ ଛୋଟ ଚାମଚ ବେକିଙ୍ଗ ପାଉଡର ଏବଂ ୧/୨ କପ୍ ରିଫାଇନ୍ ତେଲ ବା ବଟର । ଅଲସୀ ପାଉଡର ପରିବର୍ତ୍ତେ ମିଲ୍କ ପାଉଡର ବା କଣ୍ଟେଷ୍ଟ ମିଲ୍କ ବ୍ୟବାର କରିପାରିବେ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ କମଳାର ଚୋପା ଛଡାଇ ତାର ପାଖୁଡା ଗୁଡିକୁ କାଢି ରଖନ୍ତୁ ଏବଂ ପରେ ଆଉ ଏକ କମଳାର ରସ ବାହାର କରି ଅନ୍ୟ ଏକ ପାତ୍ରରେ ରଖନ୍ତୁ ।

ଏକ ପାତ୍ରରେ ମଇଦା ନେଇ ସେଥିରେ ବେକିଙ୍ଗ ସୋଡା ଓ ବେକିଙ୍ଗ ପାଉଡର ମିଶାଇ ଚାଲୁଣିରେ ଦୁଇ ଥର ଚଲାଇ ଦିଅନ୍ତୁ । ଏପରି କରିବା ଦ୍ବାରା ସେଥିରେ ବେକିଙ୍ଗ ସୋଡା ଓ ବେକିଙ୍ଗ ପାଉଡର ମଇଦାରେ ଭଲ ଭାବେ ମିଶିଯିବ ।

କମଳା ରସରେ ଅଲସୀ ପାଉଡର ଏବଂ ଚିନି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ଏହି ମିଶ୍ରଣରେ ତେଲ ଓ କମଳା ପାଖୁଡାକୁ ମିଶାନ୍ତୁ । ମିଶ୍ରଣ ଫୁଲିବା ଯାଏଁ ତାହାକୁ ଭଲ ଭାବରେ ଫେଣ୍ଟନ୍ତୁ । ଏବେ ଏହି ମିଶ୍ରଣରେ ମଇଦା ପକାଇ ପୁଣି ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏବେ କେକ୍ ପାଇଁ ଘୋଳ ବା ବଟର ପ୍ରସ୍ତୁତ ହୋଇଗଲା ।

ଏକ କେକ୍ କଣ୍ଟେନରେ ଅଳ୍ପ ତେଲ ଲଗାଇ ମଇଦା ଛିଞ୍ଚି ଦିଅନ୍ତୁ । ଆପଣ ଚାହିଁଲେ କେକ୍ ପେପର ମଧ୍ୟ ବ୍ୟବହାର କରିପାରି​‌ବେ । ଏବେ ସେହି କଣ୍ଟେନର ଉପରେ ଘୋଳ ବା ବଟର ପକାଇ ମିଶ୍ରଣକୁ ସମାନ କରି ଦିଅନ୍ତୁ । ଯେପରି କଣ୍ଟେନରରେ ଭଲ ଭାବରେ ମିଶ୍ରଣ ସେଟ ହୋଇ ରହିବ । ବର୍ତ୍ତମାନ ଏହାକୁ ଓଭେନରେ ୧୮୦ ଡିଗ୍ରି ସେଲସିୟସରେ ୨୫ ମିନିଟ୍ ପର୍ଯ୍ୟନ୍ତ ପ୍ରିହିଟ୍ କରନ୍ତୁ । ୨୫ ମିନିଟ୍ ପରେ ଏହାକୁ ଚେକ୍ କରନ୍ତୁ ।

ଏକ ଛୁରୀ ମାରି କେକ୍ କୁ ଦେଖନ୍ତୁ । ଯଦି ଛୁରୀରେ କେକ ଲାଗିବନି ତେବେ କେକ୍ ପୁରା ପ୍ରସ୍ତୁତ ହୋଇଯାଇଛି । କେକ୍ ଥଣ୍ଡା ହୋଇଗଲା ପରେ ଅନ୍ୟ ଏକ ପାତ୍ରକୁ କାଢି ଆଣନ୍ତୁ । କ୍ରିମ୍ ଓ ସତେଜ କମଳା ଦେଇ ଏହାକୁ ଗାନିସିଙ୍ଗ କରି ଦିଅନ୍ତୁ । ଏହି କେକ୍ ଫ୍ରିଜରେ ୧୫ରୁ ୨୦ ଦିନ ରହିବ ।

Leave A Reply