ଉଦ୍ୟୋଗ କ୍ଷେତ୍ରରେ ମିଳିଛି ସଫଳତା, ସ୍ବଦେଶୀ ଜ୍ଞାନ କୌଶଳରେ ଟ୍ରାନ୍ସଫର୍‌ମର ନିର୍ମାଣରେ ଓଡ଼ିଶାରେ ପ୍ରଥମ

ଭୂବନେଶ୍ୱର: ନିଜର କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ଭୁବନେଶ୍ୱରସ୍ଥ ମଞ୍ଚେଶ୍ୱର ଶିଳ୍ପାଞ୍ଚରେ ‘ଓଡିଶା ଟ୍ରାନସ୍ଫରମର୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିଛନ୍ତି ଉଦ୍ୟୋଗପତି ଜୀବନ କୁମାର ବଡୁ, ଯାହା ସ୍ୱଦେଶୀ ଜ୍ଞାନ କୌଶଳରେ ଟ୍ରାନସ୍ଫରମର୍ ନିର୍ମାଣ ଓ ମରାମତିରେ ଓଡିଶାରେ ପ୍ରଥମ ବୋଲି କୁହାଯାଉଛି। ଚାକରି ପଛରେ ନ ଗୋଡ଼ାଇ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟକୁ ମଧ୍ୟ ରୋଜଗାର ପାଇଁ ମଧ୍ୟ ବାଟ ଦେଖାଇଛନ୍ତି। ତାଙ୍କର ଦ୍ବାରା ପ୍ରତିଷ୍ଠିତ କାରଖାନା ‘ଓଡିଶା ଟ୍ରାନସ୍ଫରମର୍ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷ ଭାବେ ରହି ଇଲେକ୍ଟ୍ରିକାଲ୍ ଟ୍ରାନସ୍ଫରମର୍ର ଗୁଣବତା ଓ ଆବଶ୍ୟକୀୟ ମାନ ପରଖିବା ସହ ଆଜିକାଲି ବଜାର ଉପଯୋଗୀ ଟ୍ରାନସ୍ଫରମର୍ ଉତ୍ପାଦନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ କରି ଉଦ୍ୟୋଗକାରୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ଏଠାରେ ଅନେକଙ୍କୁ ନିଯୁକ୍ତି ସୁଯୋଗ ମିଳିଥିବାବେଳେ ବହୁ ଉଦ୍ୟୋକ୍ତା ସେମାନେ ଏହି କମ୍ପାନୀର ଅଂଶୀଦାର ହୋଇ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନେ କିଭଳି ରୋଜଗାର କରିପାରିବେ ସେଥିରେ ସହାୟକ ହୋଇଛନ୍ତି।

ଜୀବନ କୁମାର ବଡୁ ଜଣେ ଦକ୍ଷ ଉଦ୍ୟୋକ୍ତା ଭାବେ ନିଜର ମ୍ୟାନ୍ ପାୱାର ଅଞ୍ଚଳ ଯେପରି ଇଞ୍ଜିନିୟରିଂ ଶକ୍ତି, ପ୍ଲାଣ୍ଟ, ଗୋଟିଏ କାରଖାନାକୁ ଚଳଚଞ୍ଚଳ ରଖିବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓ ସାଜସଜ୍ଜା ଉପକରଣ, ହୋଟଲ୍, କର୍ପୋରେସନ୍ସ୍, ଆଇଟି ସେକ୍ଟର, ବିଭିନ୍ନ ଟେଲିଫୋନ୍ୟୋ ଗାଣକାରୀ ସଂସ୍ଥାଙ୍କ ଦ୍ୱାରା ସ୍ଥାପିତ ଟେଲିଫୋନ୍ ଟାୱାରଗୁଡିକ, ସରକାରୀ ତଥା ବେସରକାରୀ ଯୋଜନା ଯଥା ଆର୍ଇସି, ବିଜେଜିୱାଇ ଏବଂ ରାଜୀବଗାନ୍ଧୀ ଗ୍ରାମ୍ୟ ବିକାଶ ଯୋଜନା ଆଦିକୁ ବଢାଇବା ସହ ଏହାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। କୋଭିଡ୍ ନିୟମାନୁସରଣ କରି କିପରି ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରଖିବାରେ ସହାୟକ ହେବା, ମାସ୍କ ଓ ସାନିଟାଇଜର ବଣ୍ଟନ ତଥା ବିଭିନ୍ନ ଜନସଚେତନତା କାର୍ୟ୍ୟକ୍ରମମାନ ଯେପରି ରକ୍ତଦାନ ଶିବିର, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆଦି ଆୟୋଜନ କରିଛନ୍ତି।

ଆଜିକାଲିର ବଜାର ଚାହିଦାକୁ ଅନୁଧ୍ୟାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ସିଟି, ପିଟି ଓ ମିଟରିଂ ୟୁନିଟ୍‌ର ବିଶାଳ ଆବଶ୍ୟକତାକୁ ଅନୁଭବ କରି ସେ ‘ଓଡିଶା ଇଣ୍ଡଷ୍ଟ୍ରିଆଲ୍ ଇକ୍ୟୁପ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍”ନାମକ ଅନ୍ୟ ଏକ ଟ୍ରାନସ୍ଫରମର୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଉକ୍ତ କାରଖାନାରେ ଓଡିଶାର ନିଜସ୍ୱ ଜ୍ଞାନ କୌଶଳରେ ସିଟି, ପିଟି ଓ ମିଟରିଂ ୟୁନିଟ୍‌ର ୩୩କେଭି ଓ ୧୧କେଭି ବିସ୍ତୃତ ଟ୍ରାନସ୍ଫରମର୍ ତିଆରି ହେବା ସହ ଏହାର ମରାମତି କରାଯାଉଛି।
ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜୀବନ କୁମାର ବଡୁଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି। ଏହାବ୍ୟତୀତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ତାଙ୍କୁ ବହୁ ପୁରସ୍ମାର ଓ ସମ୍ବର୍ଦ୍ଧନା ଦିଆଯାଇଛି। ୧୯୮୮ ମସିହାରେ ସ୍ଥାପନା କରିଥିବା ଏହି ଟ୍ରାନସ୍ଫରମର୍ ନିର୍ମାଣ ଓ ମରାମତି କାରଖାନାକୁ ୧୯୫୬ମସିହା କମ୍ପାନି ଆଇନ୍ ଅନୁସାରେ ପଞ୍ଜୀକୃତ କରାଯାଇଛି।

Comments are closed.