ଜାନୁୟାରୀ ୨୦କୁ ଘୁଞ୍ଚିଲା ଏଏସଓ ପରୀକ୍ଷା

0

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଗୃହ ବିଭାଗ ଅଧିନସ୍ଥ ଓଡ଼ିଶା ସଚ୍ଚିବାଳୟ ସେବାର ସହକାରୀ ସେକ୍ସନ ଅଫିସର(ଏଏସଓ) ଗ୍ରୁପ-ବି’ ର ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୩ ତାରିଖ ଏହି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ଏହି ସମୟକୁ ଅପାତତଃ ପରିବର୍ତନ କରାଯାଇ ଜାନୁୟାରୀ ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଅଧିକ ସଂଖ୍ୟାରେ  ଆବେଦନ ପତ୍ର ଆସିବା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଯୋଗୁଁ  ଲିଖିତ ପରୀକ୍ଷା ଆୟୋଜନରେ ବିଳମ୍ବ ଘଟୁଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଏବଂ ଆବେଦନକାରୀଙ୍କ ଅନୁସାରେ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣରେ ବିଳମ୍ବ ଘଟୁଥିବାରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ଓପିଏସସି ପକ୍ଷରୁ କୁହାଯାଇଛି।  ତେବେ ଏଏସଓର ପରୀକ୍ଷା ସୂଚୀ ଓ ଅନ୍ୟାନ୍ୟ ସୂଚନା ଖୁବଶୀଘ୍ର ପ୍ରମୁଖ ସମ୍ବାଦପତ୍ର ଏବଂ www.opsc.gov.in ୱେବସାଇଟରୁ ଆବେଦନକାରୀମାନେ ଜାଣିପାରିବେ।

Leave A Reply