ସିଏଏ ଲୋକଙ୍କୁ ନାଗରିକତା ଦେବା ପାଇଁ,ନାଗରିକତା ଛଡାଇ ନେବା ପାଇଁ ନୁହେଁ: ଅମିତ ଶାହା

ଗୁଜରାତ: ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ, ଲୋକଙ୍କ ନାଗରିକତା ଛଡାଇ ନେବା ପାଇଁ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗୁଜୁରାତର ଗାନ୍ଧୀନଗର ଠାରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ବିରୋଧୀ ଦଳମାନେ ଲୋକମାନଙ୍କୁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ବିଷୟରେ ଭୁଲ ତଥ୍ୟଦେଇ ଦେଶରେ ହିଂସା ଏବଂ ଅରାଜକତା ସୃଷ୍ଟି କରୁଛନ୍ତି। ବିରୋଧୀ ଦଳମାନେ ଜନସାଧାରଣଙ୍କୁ ଭୁଲ ତଥ୍ୟ ଦେଇ କହୁଛନ୍ତି ସିଏଏ ଲୋକଙ୍କ ନାଗରିକତା ଛଡାଇ ନେବାପାଇଁ ଉଦ୍ଦିଷ୍ଟ।

ଅମିତ ଶାହା ବିରୋଧୀ ଦଳ ଉପରେ ଅଭିଯୋଗ କରି କହିଛନ୍ତି ବିରୋଧୀ ଦଳ ମାନଙ୍କ ପାଖରେ ସରକାରଙ୍କୁ ବିରୋଧ କରିବାର କୌଣସି ପ୍ରସଙ୍ଗ ନଥିବାରୁ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି ।
ଏହି ଅବସରରେ ଶାହା ଗୁଜରାତର ବିଜେପି କର୍ମକର୍ତ୍ତା ମାନଙ୍କୁ ଲୋକଙ୍କ ଘରକୁ ଯାଇ ସମସ୍ତଙ୍କୁ ନାଗରିକତ୍ବ ସଂଶୋଧନ ଆଇନ କଣ ଏହା ବିଷୟରେ ସବିଶେଷ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି।

Comments are closed.