ମମତାଙ୍କୁ ଭେଟିଲେ ନାଇଡୁ

0

ନୂଆଦିଲ୍ଲୀ : ବିଜେପି ବିରୋଧରେ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ପ୍ରୟାସ କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ନାଇଡୁ କହିଛନ୍ତି ଯେ ଶାସକ ବିଜେପିକୁ ବିରୋଧ କରୁଥିବା ଦଳଗୁଡିକ ଏକଜୁଟ ହୋଇ ଗଣତନ୍ତ୍ରକୁ ରକ୍ଷା କରିବେ। ଶାସକ ବିଜେପି ହାତରେ ଗଣତନ୍ତ୍ର ଏବେ ଅସୁରକ୍ଷିତ ହୋଇପଡିଛି। ମମତାଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ନାଇଡୁ କହିଛନ୍ତି ଯେ ସଂଖ୍ୟାଲଘୁଙ୍କ ପ୍ରତି ଅସହିଷ୍ଣୁତା ବଢିବାରେ ଲାଗିଛି। ସିଏଜି ଓ ଆରବିଆଇ ଭଳି ସ୍ୱାଧୀନ ଓ ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ଏବେ ବିପଦରେ ପଡିଛନ୍ତି। ୨୦୧୯ ନିର୍ବାଚନରେ ଯେଉଁ ମହାମେଣ୍ଟର ପରିକଳ୍ପନା କରାଯାଉଛି ତାର ନେତା କିଏ ହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମମତା କହିଥିଲେ ଯେ ସମସ୍ତେ ମହାମେଣ୍ଟର ନେତା। ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳଗୁଡିକ ଏବେ ଏକଜୁଟ। ନଭେମ୍ବର ୨୨ରେ ନୂଆଦିଲ୍ଲୀରେ ବିରୋଧୀ ଦଳଗୁଡିକର ବୈଠକ ହେବାକୁ ଯାଉଛି। ବିରୋଧୀ ଦଳଗୁଡିକୁ ଏକଜୁଟ୍‍ କରିବା ପାଇଁ ନାଇଡୁ ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପୱାର, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ, ଡିଏମ୍‍କେ ମୁଖ୍ୟ ଏମ୍‍କେ ଷ୍ଟାଲିନ, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଭେଟିଥିଲେ।

Leave A Reply