ମୁହାଁମୁହିଁଁ ସ୍ଥିତିରେ ବିରୋଧୀ ଶାସକ

0

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବଜେଟ ଅଧିବେଶନ। ଦୁଇଟି ପର୍ୟ୍ୟାୟରେ ଏପ୍ରିଲ ୯ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନରେ ବିରୋଧୀ ଦଳ ବହୁ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ସରକାରୀ ଦଳ ଏସବୁର ଜବାବ ରଖିବା ତଥା ମୁକାବିଲା ପାଇଁ ପାଲଟା ରଣକୌଶଳ ଆପଣେଇଛି। ଆଜି ପୃଥକ ପୃଥକ ଭାବେ ଅନୁଷ୍ଠିତ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକରେ ଅଧିବେଶନ ପାଇଁ ରଣନୀତି ସ୍ଥିର କରାଯାଇଛି।

ଏଥର ଅଧିବେଶନ କାଳରେ ମୁଖ୍ୟ ବିରୋଧୀ ବିଜେପି ସୀମା ବିବାଦରୁ ଆରମ୍ଭ କରି ପରୀହତ୍ୟା, ମାହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡ, ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମଣ୍ଡିରୁ ଧାନ ନଉଠିବା ଏବଂ ପିଏମ ଆବାସ ଯୋଜନା ଦୁର୍ନୀତିକୁ ପ୍ରମୁଖ ପ୍ରସଙ୍ଗ କରିବ। ଏହା ସହ ରାଜ୍ୟରେ ମହିଳା ସୁରକ୍ଷା, ବେକାରୀ ଖଣି ଦୁର୍ନୀତି, କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲାଗୁ ନକରିବା ଏବଂ ପାନୀୟ ଜଳ ଅଭାବ ଆଦି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯିବ ବୋଲି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ଲୋକଙ୍କ ମୌଳିକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଡିଏମଏଫ, ଓମ୍ବାଡସି ଓ କାମ୍ପା ପାଣ୍ଠି ଅର୍ଥ ହେରଫେର, କରୋନା ମୁକାବିଲା ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତା ରାଶି ହରିଲୁଟ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସିଥିବା ଚାଉଳ ଡାଲି ବଣ୍ଟନରେ ଅନିୟମିତତା ପ୍ରସଙ୍ଗ ଉଠାଯିବ ବୋଲି ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି। ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଦଳର ଅନ୍ୟ ବିଧାୟକ ଓ ବହୁ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅନ୍ୟତମ ବିରୋଧୀ କଂଗ୍ରେସ ମଧ୍ୟ ପଛରେ ନାହିଁ। ବିଧାନସଭାରେ ଦଳର କି ପ୍ରକାର ଆଭିମୁଖ୍ୟ ରହିବ ସେ ସମ୍ପର୍କରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। ଏଥର ଚାଷୀ ସମସ୍ୟା, କୋରାପୁଟରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା, ଦାଦନ ସମସ୍ୟା, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଆଦି ପ୍ରସଙ୍ଗ ଗୃହରେ ଉତଥାପନ କରାଯିବ ବୋଲି ସେ କହିଛନ୍ତି।

ସେହିପରି ବେକାରୀ, କୃଷି ଆଇନ ଓ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ଜବରଦଖଲ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି। ଆସନ୍ତାକାଲି କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଏ ଚେଲାକୁମାର ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଥିବାରୁ କାଲି ସନ୍ଧ୍ୟାରେ ପ୍ରଭାରୀଙ୍କ ଉପସ୍ଥିତିରେ ରଣକୌଶଳ ପ୍ରସ୍ତୁତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରମେଶ ଜେନା, ରାଜନ ଏକ୍କା ଓ ଅଧିରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସେହିପରି ବିରୋଧୀଙ୍କ ମୁକାବିଲା ପାଇଁ ରାଜ୍ୟ ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ଏହାର ରଣନୀତି ଚୂଡ଼ାନ୍ତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବିଧାୟକ ଦଳ ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କେନ୍ଦ୍ରୀୟ ଅବହେଳା ଓଡ଼ିଶାର ବିକାଶରେ ବାଧକ ସାଜିଛି। ଗତ ୫ ବର୍ଷ ଭିତରେ ଓଡ଼ିଶା ୬୦ ହଜାର କୋଟି ଟଙ୍କାର ଅନୁଦାନ ହରାଇଛି। କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ ଜିଏସଟି କ୍ଷତିପୂରଣ ହ୍ରାସ ପାଇଛି। ଏହାବ୍ୟତୀତ ଏନଏମଏ ଚିଠା ଉପନିୟମ ପ୍ରତ୍ୟାହାର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦିକୁ ନେଇ ଶାସକ ଦଳ କେନ୍ଦ୍ର ବିରୋଧରେ ସ୍ବର ଶାଣିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

Famille proposant de lui jours kamagra faut il une ordonnance laisser un message privé par le forum économique mondial. Capacité conduire, mais faut il une ordonnance pour acheter du levitra pharmacie si remarquez quelque. Vite faire dure jusqu’à 50 heures, et conséquences. best online casino Jedoch arzneimittel ist und potenzmittel nur faire mit rezept kaufen kann man kamagra.

Leave A Reply