ସିଏଏ ଓ ଏନଆରସିକୁ ନେଇ ଆଜି ବିରୋଧୀଙ୍କ ବୈଠକ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)କୁ ନେଇ ଦେଖାଯାଇଥିବା ବିକ୍ଷୋଭ ଓ ଆନ୍ଦୋଳନ ପରିପ୍ରେକ୍ଷୀରେ ସୋମବାର ବିରୋଧୀଦଳଗୁଡିକର ବୈଠକ ହେବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ସୋନିଆ ଗାନ୍ଧୀଙ୍କ ଦ୍ବାରା ଆହୂତ ଏହି ବୈଠକରେ ଦେଶର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ଉପରେ ଆଲୋଚନା କରାଯିବ। ବୈଠକରେ ବିଜେପି ବିରୋଧୀ ଦଳଗୁଡିକ ଯୋଗଦେବାର ସମ୍ଭାବନା ରହିଛି। ତେବେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।

Comments are closed.