ବିରୋଧୀମାନଙ୍କର ମହାମେଣ୍ଟ ଏକ ଆତ୍ମଘାତୀ ବିକଳ୍ପ : ଜେଟ୍‍ଲୀ

0

ନୂଆଦିଲ୍ଲୀ : ବିରୋଧୀଦଳମାନଙ୍କର ମହାମେଣ୍ଟ କେବଳ ନକାରାତ୍ମକ ଚିନ୍ତଧାରା ସଂପନ୍ନ ନେତାମାନଙ୍କର ଏକ ମେଣ୍ଟ ବା ’ ନବାବସ ଅଫ ନେଗେଟିଭିଟି’ । ଏହି ଭିନ୍ନ ମତବାଦୀ ଗୋଷ୍ଠୀର ମୂଳ ଲକ୍ଷ୍ୟ ହେଉଛି କେବଳ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରିବା। ଏକ ଟିଭି ଚାନେଲ ସହ ସାକ୍ଷାତକାରର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଦେଶର ସାଧାରଣ ଜନତାଙ୍କର ବହୁତ ଆଶା ଓ ଆକାଂକ୍ଷା ରହିଛି ଏବଂ ସେମାନେ ଯଥେଷ୍ଟ ସଚେତନ। ତେଣୁ ଏଭଳି ଏକ ଆତ୍ମଘାତୀ ବିକଳ୍ପକୁ ସେମାନେ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତ। ଏହି ନକାରାତ୍ମକ ମନୋଭାବ ଥିବା ନେତାମାନେ ଏକାଠି ହୋଇପାରନ୍ତି, କିନ୍ତୁ ସେମାନେ କଦାପି ଲୋକମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ନାହିଁ ବୋଲି ଶ୍ରୀ ଜେଟ୍‍ଲୀ କହିଛନ୍ତି। ଏହି ମହାମେଣ୍ଟର କୌଣସି ନୀତିଗତ ସାମଞ୍ଜସ୍ୟ ନାହିଁ କିମ୍ବା ସେମାନଙ୍କର ଏକ ସାଧାରଣ କାର୍ଯ୍ୟସୂଚୀ ନାହିଁ ଯାହା ଦେଶ ଗଠନରେ ସାହାଯ୍ୟ କରିବ। ସେ କହିଛନ୍ତି, ବିଜେପି ନେତୃତ୍ୱାଧୀନ ସରକାର ନିର୍ଣ୍ଣାୟକ ନିଷ୍ପତ୍ତି ନେଉଛନ୍ତି ଓ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ବିରୋଧୀଦଳମାନେ କେବଳ ଗଣିତକୁ ଭିତ୍ତିକରି ସେମାନଙ୍କର ଶକ୍ତି ପ୍ରଦର୍ଶନ କରୁଛନ୍ତି ଯାହାର ରାଜନୀତିରେ କୌଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ଜେଟଲୀ ମତ ଦେଇଛନ୍ତି।

Leave A Reply