ଇଭିଏମ୍‍ ସହ ଭିଭିପାଟ୍‍ ସ୍ଲିପ୍‍କୁ ମିଶାଇ ଗଣନା ପ୍ରସଙ୍ଗ : ୨୧ ବିରୋଧୀ ଦଳ ନେତାଙ୍କ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ :  ଇଭିଏମ୍‍ ସହ ଭିଭିପାଟ୍‍ ସ୍ଲିପ୍‍କୁ ମେଳ ଖୁଆଇ ଗଣନା କରିବା ସଂକ୍ରାନ୍ତ ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ସକାଶେ ୨୧ ଜଣ ବିରୋଧୀ ଦଳ ନେତା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଅତିକମରେ ଶତକଡ଼ା ୫୦ ଭାଗ ଭିଭିପାଟ୍‍ ସ୍ଲିପ୍‍କୁ ଇଭିଏମ୍‍ ସହ ମେଳ କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି।

ପୂର୍ବରୁ ଏହି ଅନୁରୋଧକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ ଇଭିଏମ୍‍ ସହ ଭିଭିପାଟ୍‍ ସ୍ଲିପ୍‍କୁ  ମେଳ କରି ଗଣନା କରିବାପାଇଁ ସୁପ୍ରିମ୍‍କୋର୍ଟ ନିର୍ବାଚନ କମିଶନ୍‍କୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଏହି ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଅନୁରୋଧ କରି କହିଛନ୍ତି । ୧ରୁ ୫ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ ଭିଭିପାଟ୍‍ ସ୍ଲିପ୍‍କୁ  ମିଳାଇ ଗଣନା କରାଯିବା ଠିକ୍ ହେବ ନାହିଁ ବୋଲି ଦର୍ଶାଇ ବିରୋଧୀ ଦଳ ନେତାମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

Comments are closed.