ଡୁଆଲ୍ ରିଅର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଓପୋ ଏ-୧୨

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ ଓପୋ ଏ-୧୨ (Oppo A12) ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ ୩ଡି ଡାଏମଣ୍ଡ ଡିଜାଇନ୍ ସହିତ ଦମଦାର ବ୍ୟାଟେରୀ ଓ ଜବରଦସ୍ତ ଡିସପ୍ଲେ ସପୋର୍ଟ ଦିଆଯାଇଛି। ଏହା ବ୍ୟତୀତ, ଉପଭୋକ୍ତାମାନେ ଓପୋ ଏ-୧୨ ସ୍ମାର୍ଟଫୋନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମୋଡ୍ ଏବଂ ସୋଲୋପ୍ ସ୍ମାର୍ଟ ଭିଡିଓ ଏଡିଟର୍ ଭଳି ଫିର୍ଚର ରହିଛି। ଏହାପୂର୍ବରୁ ଇଣ୍ଡୋନେସିଆରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରାଯାଇଥିଲା।

ଓପୋ ଏ-୧୨ର ମୂଲ୍ୟ

ଓପୋ ଏ-୧୨ ସ୍ମାର୍ଟଫୋନ୍ ୩ ଜିବି ରାମ + ୩୨ ଜିବି ଷ୍ଟୋରେଜ୍ ଏବଂ ୪ ଜିବି ରାମ + ୬୪ ଜିବି ଷ୍ଟୋରେଜ ସହିତ ଉପଲବ୍ଧ ହେବ, ଯାହାର ମୂଲ୍ୟ ଯଥାକ୍ରମେ ୯ହଜାର ୯୯୦ ଏବଂ ୧୧ହଜାର ୪୯୦ ଟଙ୍କା। ଏହି ସ୍ମାର୍ଟଫୋନକୁ ନୀଳ ଏବଂ କଳା ରଙ୍ଗର ବିକଳ୍ପ ସହିତ କ୍ରୟ କରିପାରିବେ। ଏହି ସ୍ମାର୍ଟଫୋନର ବିକ୍ରି ଜୁନ୍ ୧୦ରୁ ଆରମ୍ଭ ହେବ।

ଏଥିରେ ୬.୨୨ଇଞ୍ଚର ଏଚଡି ପ୍ଲସ୍ ଟିଏଫଟି  ଡିସପ୍ଲେ ଦେଇଛି, ଯାହାର ରେଜୋଲ୍ୟୁସନ ୭୨୦/୧୫୨୦ପିକ୍ସଲ ରହିଛି। ସ୍କ୍ରିନର ସୁରକ୍ଷା ପାଇଁ କର୍ନିଙ୍ଗ୍ ଗରିଲା ଗ୍ଲାସ୍ ୩ର ସପୋର୍ଟ ରହିଛି। ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ଅକ୍ଟା-କୋର ମିଡିଆଟେକ ହିଲିଓ ପି-୩୫ ଏସଓସିର ସପୋର୍ଟ ପାଇପାରିବେ।

ଓପୋ ଏ-୧୨ର କ୍ୟାମେରା

ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ଡୁଆଲ୍ ରିଅର କ୍ୟାମେରା ସେଟଅପ୍ ପାଇପାରିବେ। ଯେଉଁଥିରେ ୧୩ ମେଗାପିକ୍ସେଲର ପ୍ରାଥମିକ ସେନସର ଏବଂ ୨ ମେଗାପିକ୍ସେଲର ସେନସର ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ ସେଲଫି ପାଇଁ ୫ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି।

ଓପୋ ଏ-୧୨ର ବ୍ୟାଟେରୀ

ସଂଯୋଗୀକରଣ ଦୃଷ୍ଟିରୁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ମାଇକ୍ରୋ ୟୁଏସବି- ପୋର୍ଟ ଭଳି ଫିର୍ଚର ପ୍ରଦାନ କରାଯାଇଛି। ଏହା ବ୍ୟତୀତ, ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ୪ହଜାର ୨୩୦ଏମଏଚ୍ ବ୍ୟାଟେରୀ ପାଇପାରିବେ, ଯାହାକି ୧୭ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ଦେଇଥାଏ। ଏହି ସ୍ମାର୍ଟଫୋନର ଓଜନ ୧୬୫ ଗ୍ରାମ।

Comments are closed.