ଡୁଆଲ ରିୟର କ୍ୟାମେରା ଏବଂ ଫୁଲ ଭ୍ୟୁ ଡିସପ୍ଲେ ସହିତ ଭାରତୀୟ ବଜାରକୁ ଆସିଲା ଓପୋ ଏ-୫

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍‍ ନିର୍ମାତା କମ୍ପାନୀ ଓପୋ ନିଜର ଡୁଆଲ ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ୍‍ ଓପୋ ଏ-୫ ଭାରତରେ ଲଞ୍ଚ୍‍ କରିଛି। ଓପୋ ଏ-୫ ଫୋନ୍‍କୁ ପ୍ରଥମଥର ପୂର୍ବ ମାସରେ ଚୀନରେ ଲଞ୍ଚ୍‍ କରାଯାଇଥିଲା। ଏହି ଫୋନ୍‍ରେ ଖାସ୍‍ କଥା ହେଉଛି ଏଥିରେ ଫୁଲ ଭ୍ୟୁ ଡିସପ୍ଲେ ସହିତ ଗରିଲା ଗ୍ଲାସ ପ୍ରୋଟେକସନ୍‍ ଏବଂ ଡୁଆଲ ରିୟର କ୍ୟାମେରା ରହିଛି।
ଓପୋ ଏ-୫ର ମୂଲ୍ୟ
ଭାରତରେ ଓପୋ ଏ-୫ର ମୂଲ୍ୟ ୧୪,୯୯୦ଟଙ୍କା। ଏହାର ଟକ୍କର ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧, ଜିଓମି ରେଡମି ନୋଟ୍‍-୫ ପ୍ରୋ ଏବଂ ସାମସଙ୍ଗ ଗାଲାକ୍ସି ଜେ-୬ ଭଳି ସ୍ମାର୍ଟଫୋନ ସହିତ ହେବ। ଏହି ଫୋନ୍‍ ନୀଳ ଏବଂ ଲାଲ ରଙ୍ଗରେ ଉପଲବ୍ଧ ରହିଛି।
ଓପୋ ଏ-୫ର ବିଶେଷତ୍ୱ
ଏହି ଫୋନ୍‍ରେ ଡୁଆଲ ସିମ୍‍ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୬.୨ ଇଞ୍ଚ୍‍ର ଏଚ୍‍ଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ ପିକ୍ସେଲ ରହିଛି ଏବଂ ଆସପେକ୍ଟ ରେସିଓ ୧୯:୯ ରହିଛି। ଡିସପ୍ଲେ ଉପରେ ୨.୫ଡି କର୍ଡ ଗ୍ଲାସ ପ୍ରୋଟେକସନ୍‍ ରହିଛି। ଏହାବ୍ୟତୀତ ଫୋନ୍‍ରେ ୧.୮ ଗିଗାହର୍ଜର କ୍ୱାଲାକମ୍‍ ସ୍ନାପଡ୍ରାଗନ୍‍ ୪୫୦ ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୫୦୬ଜିପିୟୁ, ୪ଜିବି ରାମ୍‍ ଏବଂ ୩୨ଜିବି ଷ୍ଟୋରେଜ୍‍ ରହିଛି। ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଓପୋ ଏ-୫ର କ୍ୟାମେରା
ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲ। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ରହିଛି। ଯାହାସହିତ ବିୟୁଟି ମୋଡ ଏବଂ ଫେସ୍‍ ଅନଲକ୍‍ ଦିଆଯାଇଛି। ଦୁଇଟି କ୍ୟାମେରାରେ ଫ୍ଲାସ୍‍ଲାଇଟ ସୁବିଧା ରହିଛି। ୪୨୩୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି ଯାହା ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରିଥାଏ। ଏହାବ୍ୟତୀତ ଫୋନ୍‍ରେ ଫୋରଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ/ଏ-ଜିପିଏସ୍‍ , ମାଇକ୍ରୋ ୟୁଏସବି ଏବଂ ୩.୫ଏମ୍‍ଏଚ୍‍ର ହେଡଫୋନ୍‍ ଜ୍ୟାକ୍‍ ରହିଛି।

Leave A Reply