ଅପରେସନ ସମୁଦ୍ର ସେତୁ : ମାଲେରୁ ୫୮୮ ଭାରତୀୟଙ୍କୁ ନେଇ କୋଚିରେ ପହଞ୍ଚିଲା ଆଇଏନଏସ ଜଳଶ୍ଵ

ନୂଆଦିଲ୍ଲୀ : ଅପରେସନ ସମୁଦ୍ର ସେତୁର ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ନୌସେନାର ଜାହାଜ ଆଇଏନଏସ୍ ଜଳଶ୍ଵ ୫୮୮ ଭାରତୀୟଙ୍କୁ ଧରି କୋଚି ବନ୍ଦରରେ ପହଞ୍ଚିଛି । ମାଳଦ୍ବୀପର ମାଲେ ବନ୍ଦରରୁ ୫୮୮ ଭାରତୀୟଙ୍କୁ ଧରି ଶୁକ୍ରବାର ଯାତ୍ରାରମ୍ଭ କରିଥିଲା ଆଇଏନଏସ୍ ଜଳଶ୍ଵ । ଘର ବାହୁଡୁଥିବା ୫୮୮ ଭାରତୀୟ ନାଗରିକଙ୍କ ମଧ୍ୟରେ ୬ ଜଣ ଗର୍ଭବତୀ ମହିଳା ଏବଂ ୨୧ ଜଣ ଶିଶୁ ଅନ୍ତର୍ଭୁକ୍ତ ରହିଥିବା ଜଣାପଡିଛି । 


ଆଇଏନ୍‌ଏସ୍‌ ଜଲଶ୍ଵା ଏବଂ ଆଇଏନ୍‌ଏସ୍‌ ମଗର ସହାୟତାରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ନିୟୋଜିତ କରାଯାଇଛି । ଏହି ଦୁଇ ଜାହାଜ କେରଳର କୋଚି ଏବଂ ତାମିଲନାଡୁର ଟୁଟିକୋରିନ୍‌ ବନ୍ଦରରୁ ୨ ଥର ଲେଖାଏଁ ମାଳଦ୍ୱୀପ ଯାତ୍ରା କରି ପ୍ରବାସୀ ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବେ । ମାଳଦ୍ୱୀପରୁ ୪୫୦୦ ଭାରତୀୟ ସ୍ବଦେଶ ଫେରିବାକୁ ପଞ୍ଜିକରଣ କରିଛନ୍ତି।

Comments are closed.