ଅପରେସନ ସମୁଦ୍ର ସେତୁ : ମାଲେରୁ ୫୮୮ ଭାରତୀୟଙ୍କୁ ନେଇ ଫେରୁଛି ଆଇଏନଏସ ଜଳଶ୍ଵ

ନୂଆଦିଲ୍ଳୀ : ଅପରେସନ ସମୁଦ୍ର ସେତୁ କାର୍ୟ୍ୟକ୍ରମ ଅଧୀନରେ ଭାରତୀୟ ସାମୁଦ୍ରିକ ଜାହାଜ ଜଳଶ୍ଵ ଦ୍ଵିତୀୟ ପର୍ୟ୍ୟାୟରେ ୫୮୮ ଭାରତୀୟ ନାଗରିକଙ୍କୁ ଫେରାଇଆଣିବା ଲାଗି ମାଳଦୀପର ମାଲେ ବନ୍ଦରରୁ ଶୁକ୍ରବାର ଯାତ୍ରାରମ୍ଭ କରିଛି । ଏହା ଆମ ନାଗରିକମାନଙ୍କୁ ସମୁଦ୍ରପଥରେ ଦେଶକୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନାର ସହାୟତା । ଏହି ୫୮୮ ଭାରତୀୟ ନାଗରିକଙ୍କ ମଧ୍ୟରେ ୬ ଜଣ ଗର୍ଭବତୀ ମହିଳା ଏବଂ ୨୧ ଜଣ ଶିଶୁ ଅନ୍ତର୍ଭୁକ୍ତ ।
ମାଲେରେ ୩୦-୪୦ ନଟ୍ ପର୍ଯ୍ୟନ୍ତ ବର୍ଷା ଏବଂ ପବନ ଜାରି ରହିଛି, ଜାହାଜ କର୍ମଚାରୀମାନେ ସବୁବେଳେ ସୁରକ୍ଷା ଏବଂ ଡାକ୍ତରୀ ପ୍ରୋଟୋକଲ ପାଳନ କରୁଥିବାବେଳେ ଯାତ୍ରୀମାନଙ୍କ ପାଇଁ ସମସ୍ତ ଔପଚାରିକତା ସଂପୂର୍ଣ୍ଣ ହୋଇଥିବା ସୁନିଶ୍ଚିତ କରିଥିଲେ । ପ୍ରତିକୂଳ ପାଣିପାଗ ଜାହାଜରେ ହେବାକୁଥିବା ଯୋଜନାବଦ୍ଧ ପ୍ରକ୍ରିୟା ଏବଂ ଆବଶ୍ୟକ ବିଭିନ୍ନ ପ୍ରାକ-ପ୍ରତ୍ୟାବର୍ତ୍ତନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିଲା ।

 

Comments are closed.