ଟୋକିଓ ଅଲିମ୍ପିକ୍‌ସ୍‌ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ପାଇଁ ଓଓଏର ପୁରସ୍କାର ଘୋଷଣା

ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପାଇଁ ଯଥାକ୍ରମେ ୫, ୩, ୧ ଲକ୍ଷ

କଟକ: ଟୋକିଓ ଅଲିମ୍ପିକ୍‌ସ ଓ ପାରା ଅଲିମ୍ପିକ୍‌ସ -୨୦୨୦ରେ ୬ ଓଡ଼ିଆ କ୍ରୀଡ଼ାବିତ୍‌ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। ଦୌଡ଼କୁଦରେ ଦୂତି ଚାନ୍ଦ, ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ, ମହିଳା ହକିରେ ଦୀପ୍‌ ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ସମେତ ପାରା ଅଲିମ୍ପିକ୍‌ସ ବ୍ୟାଡ଼ମିଣ୍ଟନରେ ପ୍ରମୋଦ ଭଗତ ପ୍ରତିନିଧିତ୍ବ କରିବେ। ଟୋକିଓ ଅଲିମ୍ପିକ୍‌ସ ଓ ପାରା ଅଲିମ୍ପିକ୍‌ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ଯାଉଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିବା ନେଇ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ (ଓଓଏ) ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି।

ଟୋକିଓ ଅଲିମ୍ପିକ୍‌ସରେ ଓଡ଼ିଆ କ୍ରୀଡ଼ାବିତ୍‌ ସ୍ବର୍ଣ୍ଣ ଜିତିଲେ ୫ ଲକ୍ଷ, ରୌପ୍ୟ ୩ ଲକ୍ଷ ଓ କାଂସ୍ୟ ବିଜେତା ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ ବୋଲି ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି। ଟୋକିଓ ଅଲିମ୍ପିକ୍‌ସରେ ଅଂଶଗ୍ରହଣ କରିବାକୁ ଯାଉଥିବା କ୍ରୀଡ଼ାବିତ୍‌ମାନଙ୍କୁ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ସମ୍ପାଦକ ଅଭିିଜିତ୍‌ ପାଲ୍‌, ସଭାପତି ଜଗମୋହନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

Comments are closed.