ଏଥର ଚାଷୀଙ୍କୁ କନ୍ଦାଇବ ପିଆଜ

0

ନାଶିକ୍‍: କେତେବେଳେ ଚାଷୀଙ୍କ ଆଖିରେ ତ କେତେବେଳେ ଖାଉଟିଙ୍କ ଆଖିରେ ଲୁହ ଆଣୁଛି ପିଆଜ। କେବେ ପିଆଜ ଭାଉ କେଜି ପିଛା ୪୦ ଟଙ୍କା ଟପୁଛି ତ କେତେବେଳେ ଅତି ଦୟନୀୟ ଭାବେ ୫ ପଇସାକୁ ହ୍ରାସ ପାଉଛି। ଦର ବଢ଼ିଲେ ଖାଉଟି ପକେଟ୍‍ରେ ମାଡ଼ ପଡ଼ୁଛି। ଦର କମିଲେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ୁଛି।
ଦେଶର ସର୍ବବୃହତ ପିଆଜ ମଣ୍ଡିରେ ଚଳିତ ବର୍ଷ ପିଆଜ କିଲୋ ପିଛା ୧ ଟଙ୍କାକୁ ହ୍ରାସ ପାଇଛି। ଏହି ଖବର ଗ୍ରାହକଙ୍କ ପାଇଁ ଖୁସି ଆଣି ଦେଇଥିବା ବେଳେ ଚାଷୀ ହତାଶ ହୋଇଛନ୍ତି। ଗତ ବର୍ଷ ଜୁଲାଇ ୧୭ ତାରିଖରେ ପିଆଜ କିଲୋ ପିଛା ୧ ଟଙ୍କା ହୋଇଥିଲା। କିନ୍ତୁ ଏହା ପିଆଜର ସର୍ବନିମ୍ନ ମୂଲ୍ୟ ନୁହେଁ। ୨୦୧୬ରେ ପିଆଜ କିଲୋ ପିଛା ଦର ରେକର୍ଡ ୫ ପଇସାକୁ ଖସି ଆସିଥିଲା।
ସାଧାରଣତଃ ରବି ଋତୁରେ ଅମଳ ହେଉଥିବା ପିଆଜ ଅକ୍ଟୋବର ସୁଦ୍ଧା ବଜାରକୁ ଆସିଯାଏ। ଏହି ଋତୁର ପିଆଜ ସର୍ବାଧିକ ୬ମାସ ପର୍ଯ୍ୟନ୍ତ ରଖାଯାଇପାରେ। ତେଣୁ ସେହି ଅନୁଯାୟୀ ଚାହିଦା ନ ବଢ଼ିଲେ ସ୍ୱାଭାବିକ ଭାବେ ଦର ହ୍ରାସ ପାଉଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହା ଛଡ଼ା ଖରିଫ୍‍ ପିଆଜ ଅମଳ ମଧ୍ୟ ରବି ପିଆଜ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି। ଗତ ଦୁଇ ମାସ ମଧ୍ୟରେ ପିଆଜ ଦର ୯୧% ହ୍ରାସ ପାଇଛି। ଗତ ଅକ୍ଟୋବର ମାସରେ ଦେଶରେ ପିଆଜର ହାରାହାରି ଦର କେଜି ପିଛା ୨୧.୫୦ ଟଙ୍କା ଥିବା ବେଳେ ଡିସେମ୍ବର ୨୪ ତାରିଖ ସୁଦ୍ଧା ୨ ଟଙ୍କାକୁ ହ୍ରାସ ପାଇଛି।

Leave A Reply