ଅନ୍‌ଲାଇନରେ ପାଠ ପଢ଼ିବେ ୧୦ମ ଶ୍ରେଣୀ ଛାତ୍ର

ଭୁବନେଶ୍ବର: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୪ ତାରିଖରେ ଏହାର ଅବଧି ଶେଷ ହେଉଛି। ତେବେ ଏହା ପରେ ଲକ୍‌ଡାଉନ ସମୟସୀମା ବଢ଼ିବ କି ନାହିଁ ତାହ ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଲକ୍‌ଡାଉନ ଶେଷ ହେଲେ ବି ସାମାଜିକ ଦୂରତ୍ଵ ଉପରେ ଗୁରୁତ୍ଵ ଦିଆଯିବ ବୋଲି ସରକାର କହିଛନ୍ତି। ଫଳରେ ସ୍କୁଲ, କଲେଜରେ ଶିକ୍ଷାଦାନକୁ ନେଇ କିଛିଟା ଅନିଶ୍ଚିତତା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧୪ ତାରିଖ ପରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରଙ୍କୁ ଅନ୍‌ଲାଇନରେ ପାଠ ପଢ଼ିବା ପାଇଁ କୁହାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ‘ଦୀକ୍ଷା’ ଆପ୍‌ ଜରିଆରେ ୧୦ମ ପିଲାଙ୍କୁ ଅନ୍‌ଲାଇନରେ ପଢ଼ିବାକୁ କୁହାଯିବ। ଯେଉଁମାନଙ୍କ ପାଖରେ କମ୍ପ୍ୟୁଟର ଅଛି ସେମାନଙ୍କୁ ପଢ଼ିବାକୁ କୁହାଯିବ। ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଗାଇଡ୍‌ କରିବା ଲାଗି ନିର୍ଦେଶ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.