କନ୍ଧଖିଲମରେ ନେଟୱାର୍କ ଅପହଞ୍ଚ : ୪ କିମି ପାହାଡ଼ ଚଢ଼ି ଅନ୍‌ଲାଇନ୍‌ ପାଠପଢ଼ା

ରାୟଗଡ଼ା : ନେଟୱାର୍କ ପାଇଁ ବିଦ୍ୟାର୍ଥୀ ନୟାନ୍ତ ହେଉଛନ୍ତି। ଅନଲାଇନ ପାଠପଢା ପାଇଁ ପାହାଡ ଉପର ଛାତ୍ରଛାତ୍ରୀଙ୍କ ଭରସା। ଗାଁରୁ ଚାରି କିଲୋମିଟର ପଦଯାତ୍ରା କରି ପାହାଡ ଉପରକୁ ଆସିଲେ ମୋବାଇଲ ନେଟୱାର୍କ ଆସୁଛି। ଏହା ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ। ଦୁର୍ବଳ ନେଟୱାର୍କ କାରଣ ଯୋଗୁଁ ପଢା ମଝିରେ ହେଉଛି ବ୍ୟାଘାତ। ସେପଟେ ସହରରେ ଥାଇ ଶିକ୍ଷକ ପଢାଉଛନ୍ତି ପାଠ। ଗ୍ରାମାଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁଁ ଅନଲାଇନ ସହ ଯୋଡି ହୋଇପାରୁ ନାହାନ୍ତି ବିଦ୍ୟାର୍ଥୀ। ରାୟଗଡାରେ ଦେଖିବାକୁ ମିଳିଛି ଏଭଳି ଅନଲାଇନ ପାଠପଢା ବ୍ୟବସ୍ଥାର କରୁଣ ଦୃଶ୍ୟ। ମହାମାରୀ କରୋନା କାଳରେ ଲକଡାଉନ ସଟଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇପଡିଛି। ଶିକ୍ଷାର୍ଥୀଙ୍କୁ ଘରେ ରହି ପାଠପଢା ଚାଲୁ ରଖିବା ସକାଶେ ରାଜ୍ୟ ସରକାର ଅନଲାଇନ ପାଠପଢାକୁ ତ୍ୱରିତ କରିବାକୁ ଅନୁମତି ଦେଇଛନ୍ତି। ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ପିଲାମାନଙ୍କୁ ଅନଲାଇନ ଯୋଗେ ଶିକ୍ଷାଦାନ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ସହ ଶିକ୍ଷକ ଓ ବିଦ୍ୟାର୍ଥୀ ଅନଲାଇନ ମାଧ୍ୟମରେ ଯୋଡି ହୋଇ ପାଠପଢା ଅବ୍ୟାହତ କରିଛନ୍ତି। କିନ୍ତୁ ଅଦିବାସୀ ବହୁଳ ରାୟଗଡା ଜିଲାରେ ଏହି ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା ଗ୍ରାମାଞ୍ଚଳରେ ପ୍ରହସନ ପାଲଟିଛି। ଉପାନ୍ତ ଗାଁ ଗଣ୍ଡାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯେଭଳି ଅନଲାଇନ ପାଠପଢା ଅଭିସାପ ହୋଇଛି। କେଉଁଠି ନେଟୱାର୍କ ସମସ୍ୟା ତ ଆଉଁ କେଉଁଠି ଟାୱାର। ଗରିବ ଗୁରୁବା ପରିବାର ପାଇଁ ସ୍ମାର୍ଟ ଫୋନରେ ପାଠପଢିବା ଯେଭଳି ଦିବା ସ୍ୱପ୍ନ ପାଲଟିଛି। ଏଭଳି ସମସ୍ୟାରେ ଜିଲାରେ ୮୦ପ୍ରତିଶତରୁ ଊର୍ଦ୍ଧ୍ବ ଗାଁରେ ଅନଲାଇନ ପଠପଢା ସୁବିଧା ପାଉନାହାନ୍ତି ଛାତ୍ରଛାତ୍ରୀ। ଅନୁରୂପ ରାୟଗଡା ସଦର ବ୍ଲକ ଅଧୀନ କନ୍ଧଖିଲମ ଗାଁରେ ଅନଲାଇନ ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ଦେଖିବାକୁ ମିଳିଛି। ଉକ୍ତ ଗାଁଟି ସଦର ମହକୁମାଠାରୁ ମାତ୍ର ୧୦କିମି ଦୂରତାରେ ଅବସ୍ଥିତ। କିନ୍ତୁ ପାହାଡିଆ ଅଞ୍ଚଳ ହୋଇଥିବାରୁ ଗାଁରେ ନେଟୱାର୍କ ନ ଆସିବା ଫଳରେ ଛାତ୍ରଛାତ୍ରୀ ଚାରି କିଲୋମିଟର ପଦଯାତ୍ରା କରି ସ୍ଥାନୀୟ ଏକ ପାହାଡ ଉପରକୁ ଚଢିବା ପରେ ଅନଲାଇ ପାଠ ପଢିଥାନ୍ତି। ଗ୍ରାମର ୩୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ପ୍ରତିଦିନ ଏଭଳି ପାହାଡ ଚଢି ଅନଲାଇନ ଶିକ୍ଷା ଆହାରଣ କରିଥାନ୍ତି। ଉକ୍ତ ଗାଁର ଛାତ୍ରଛାତ୍ରୀ ରାୟଗଡା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାମବିଦ୍ୟାଳୟ ଓ ଅନ୍ୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଆସି ପଢିଥାନ୍ତି। ଅନଲାଇନ ପାଠପଢିବା ପାଇଁ କୌଣସି ସମସ୍ୟା ନାହିଁ। କିନ୍ତୁ ଦୈନିକ ପାହାଡ ଚଢି ପାଠପଢିବା ପାଇଁ ବହୁତ କଷ୍ଟ କରୁଛୁ। ଅନ୍ୟ ସାଥିମାନେ ଟାଉନରେ ଥାଇ ଅନଲାଇନ ପଢୁଛନ୍ତି ସେମାନଙ୍କ ପାଇଁ କୌଣସି ସମସ୍ୟା ନାହିଁ। କିନ୍ତୁ ଆମେ ଆଦିବାସୀ ଗରିବ ଲୋକଙ୍କ ପାଇଁ କୌଣସି ସୁବିଧା ନାହିଁଁ ବୋଲି କହିଛନ୍ତି ଜଣେ ଛାତ୍ରୀ ସସ୍ମିତା ଗରଡିଆ। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜ୍ନିକାନ୍ତ ସାନ୍ତ୍ରାଙ୍କୁ ପଚାରିବାରୁ ରାୟଗଡା ଜିଲା ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧିକାଂଶ ଗ୍ରାମରେ ନେଟୱାର୍କ ସମସ୍ୟା ରହିଛି। ଅନଲାଇନ ଯୋଗେ ପଠପଢା ହେଉଛି। ସବୁ ପିଲା ଉପକୃତ ହେଉ ନ ଥିବା ଦୃଷ୍ଟିଗୋଚର ହେଉଛି।
କିନ୍ତୁ ସରକାର ଟେଲିଭିଜନ ମାଧ୍ୟମରେ ପାଠପଢା ପାଇଁ ବିଚାର କରୁଛନ୍ତି। ଏଭଳି ବିଦ୍ୟାର୍ଥୀଙ୍କୁ ସ୍କୁଲକୁ ଡକାଇ ପିଲାଙ୍କୁ ପଢାଇବାକୁ ନିର୍ଦେଶ ନାହିଁ। ଅଗଷ୍ଟ ୩୧ତାରିଖ ଦିନ ସ୍କୁଲଗୁଡିକ ଖୋଲିବା ଆଶଙ୍କା ରହିଛି। ବିଦ୍ୟାଳୟ ଖୋଲା ହେଲେ ପଠପଢା ଅବ୍ୟାହତ ହେବ ବୋଲି ଶ୍ରୀ ସାନ୍ତ୍ରା ସୂଚନା ଦେଇଛନ୍ତି।

Comments are closed.