ଏପ୍ରିଲ୍‍ ପହିଲାରୁ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ନାମ ଲେଖା

ନୂଆଦିଲ୍ଲୀ :  ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ସକାଶେ ନାମ ଲେଖା ଏପ୍ରିଲ୍‍ ପହିଲାରୁ ଆରମ୍ଭ ହେବ। ଦ୍ୱିତୀୟ ଶ୍ରେଣୀରୁ ଅଧିକ ଶ୍ରେଣୀରେ ନାମ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ୍‍ ୮ ତାରିଖରେ ଆରମ୍ଭ ହେବ। ପ୍ରଥମ ଶ୍ରେଣୀ ପାଇଁ ପଞ୍ଜିକରଣ ଅନ୍‍ଲାଇନ୍‍ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ଶ୍ରେଣୀରୁ ଅଧିକ ଶ୍ରେଣୀ ପାଇଁ ବ୍ୟକ୍ତିଗତ ଭାବେ ଯାଇ ପଞ୍ଜିକରଣ କରିବାକୁ ହେବ।

ଏପ୍ରିଲ୍‍ ପହିଲା ପୂର୍ବାହ୍ନ ୧୦ଟାରୁ ପଞ୍ଜିକରଣ ଆରମ୍ଭ ହେବ ଓ ଏପ୍ରିଲ୍‍ ୧୯ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ପଞ୍ଜିକରଣ ଶେଷ ହେବ।
ଆଣ୍ଡ୍ରଏଡ୍‍ ମୋବାଇଲ୍‍ ଆପ୍‍ରୁ ନାମଲେଖା ସମ୍ବନ୍ଧୀୟ ସବିସ୍ତୃତ ତଥ୍ୟ ମିଳିପାରିବ। ଦ୍ୱାଦଶ ଶ୍ରେଣୀ ପାଇଁ ପଞ୍ଜିକରଣ ଫର୍ମ ବିଦ୍ୟାଳୟ ୱେବ୍‍ସାଇଟ୍‍ରୁ ଡାଉନ୍‍ଲୋଡ୍‍ କରାଯାଇ ପାରିବ।

Comments are closed.