ଅନ୍ ଲାଇନରେ ମଦ: ଠକ ଲୁଟିନେଲେ ବ୍ୟାଙ୍କ ଖାତାରୁ ଲକ୍ଷାଧିକ ଟଙ୍କା

ଭୁବନେଶ୍ବର: ଅନ୍ ଲାଇନରେ ମଦ ମଗାଇବା ରାଜଧାନୀର ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ୪ଶହ ଟଙ୍କାର ମଦ ମଗାଇବାକୁ ଯାଇ ଯୁବକଙ୍କ ବ୍ୟାଙ୍କ ଖାତାରୁ ୧.୩୭ ଲକ୍ଷ ଟଙ୍କା ଠକମାନେ ଲୁଟି ନେଇଛନ୍ତି । ମଞ୍ଚେଶ୍ବର ଅଞ୍ଚଳର ଏହି ଘଟଣା ରାଜଧାନୀରେ ଅନ୍ ଲାଇନରେ ମଦ ମଗାଉଥିବା ଲୋକଙ୍କ ପାଇଁ ଭୟ ସୃଷ୍ଟି କରିଛି । ଅଞ୍ଜନ ବାରିକ ନାମକ ଏହି ଯୁବକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଫେସବୁକରେ ଅନ୍ ଲାଇନ୍ ମଦ ଯୋଗାଇବା ଏକ ବିଜ୍ଞାପନ ଦେଖି ଯୁବକ ଜଣକ ୪୦୦ ଟଙ୍କା ମଦ ବରାଦ କରିଥିଲେ । ଦୋକାନର ସର୍ତ ଅନୁସାରେ ପ୍ରଥମେ ତାଙ୍କୁ ୨୦୦ ଟଙ୍କା ଅନ୍ ଲାଇନରେ ପଇଠ ପାଇଁ କୁହାଯାଇଥିଲା । ୨୦୦ ଟଙ୍କା ଅନ୍ ଲାଇନ୍ ପଇଠ କରିବା ପରେ ଅପରପାର୍ଶ୍ବରୁ ତାଙ୍କ ପାଇଁ ଏକ କୋଡ଼୍ ଆସିଥିଲା ଏବଂ ତାହାକୁ ଡ଼ାଉନଲୋଡ଼ କରିବାକୁ କୁହାଯାଇଥିଲା । ଯୁବକଜଣକ ତାହାକୁ ଡ଼ାଉନ୍ ଲୋଡ଼୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇ ଯାଇଥିଲା ଓ କେଇମିନିଟ୍ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୧,୩୬,୫୦୦ ଟଙ୍କା ଉଭାନ ହୋଇ ଯାଇଥିଲା ।  ବିଶ୍ବପ୍ରତାପ ରାଉତରାୟ ନାମକ ଜଣେ ଯୁବକଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବା ସେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Comments are closed.