ଜିଏମୟୁର ଅନଲାଇନ ଦ୍ୱାରା ସଂସ୍କୃତ ଶିକ୍ଷାଦାନ

ସମ୍ବଲପୁର ; ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ରୋକିବା ପାଇଁ ସରକାର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। ଏଣୁ ଅତ୍ୟାବଶ୍ୟକୀୟ ସେବା ବ୍ୟତିତ ସମସ୍ତ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ, ଦୋକାନ, ବଜାର ଆଦି ବନ୍ଦ ରଖାଯାଇଛି। କିନ୍ତୁ ଏବେ ଶିକ୍ଷାବର୍ଷ ପୁରୁଣା ଶିକ୍ଷାବର୍ଷ ଶେଷ ଓ ନୂତନ ବର୍ଷ ଆରମ୍ଭର ସମୟ ହୋଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଏଣୁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ଦ୍ୱାରା ଏବେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଛି। ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଗୁଡିକର ଛାତ୍ରଛାତ୍ରୀମାନଙ୍କ ପାଇଁ ବାର୍ଷିକ ପରୀକ୍ଷା ତଥା ସେମିଷ୍ଟାର ଗୁଡିକ ପାଇଁ ବିଶ୍ୱବିଦ୍ୟାଳୟର ଉପ କୂଳପତି ପ୍ର. ଅତନୁ ପତି, କୁଳ ସଚିବ ଗିରିଶ ଚନ୍ଦ୍ର ସିଂହ ଓ ଉପକୂଳ ସଚିବ ଉମାଚରଣ ପତିଙ୍କ ନିର୍ଦ୍ଦେଶରେ ଅନଲାଇନ ଶିକ୍ଷାଦାନ ଚାଲୁଛି। ଏଣୁ ଜୁମ ଆପ ଜରିଆରେ ସଂସ୍କୃତ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ଶିକ୍ଷାଦାନ ଓ ଅନଲାଇନ ପାଠ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ଆବଶ୍ୟକସ୍ଥଳରେ ଫୋନ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧୀତ ସନ୍ଦେହ ଗୁଡିକୁ ଦୂର କରୁଛନ୍ତି। ପ୍ର. ସଚ୍ଚିଦାନନ୍ଦ ମହାପାତ୍ର, ଡ. ସୁନେଲୀ ଦେଇ, ଡ. ପ୍ରଶାନ୍ତ କୁମାର ସେଠୀ, ଡ. ସସ୍ମିତା ପତି, ସାଲୋ ବେସରା ଓ ଧର୍ମରାଜ ବାଗ ପ୍ରତ୍ୟହ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ଶିକ୍ଷାଦାନ କରୁଛନ୍ତି।

Comments are closed.