ଜାତୀୟ ଶିକ୍ଷାନୀତି ନେଇ ଜୋନାଲ ସ୍ତରୀୟ ଅନ୍‌ଲାଇନ କନ୍‌ଭେନ୍‌ସନ 

ବଲାଙ୍ଗିର : ଭାରତୀୟ ସମ୍ବିଧାନ ଭାରତର ନାଗରିକମାନଙ୍କୁ ଅଧିକାର ଦେଇଛି। ଏହାକୁ ଜାଣିବା ସହ ସଚେତନ ହେବା ନିହାତି ଜରୁରୀ। ଆମେ ଆମ ଅଧିକାରକୁ ଯେପର୍ଯ୍ୟନ୍ତ ଜାଣି ନାହୁଁ ସେପର୍ଯ୍ୟନ୍ତ ରାଷ୍ଟ୍ର ଦେଉଥିବା ଅଧିକାରକୁ ଆମେ ପାଇବା କିପରି? ତେଣୁ ଅଧିକାର ପ୍ରତି ଯତ୍ନବାନ ହେଲେ ଜଣେ ଜଣେ ଦାୟିତ୍ୱବାନ ନାଗରିକ ହୋଇପାରିବା। ଜିଲା ଦୌରାଜଜ ତଥା ଡିଏଲ୍ଏସ୍ଏର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ପରାମର୍ଶରେ ତଥା ଡିଏଲ୍ଏସ୍ଏ ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍‌ଲାଇନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ପ୍ରାଧିକରଣ ସଚିବ ଅନ୍‌ଲାଇନ୍‌ରେ ଉପସ୍ଥିତ ଥିବା ସମସ୍ତ ଓକିଲ, ଛାତ୍ରଛାତ୍ରୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀ, ଜନସାଧାରଣଙ୍କୁ ମୌଳିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ନିଜ ବକ୍ତବ୍ୟ ରଖିଥିଲେ। ସିଭିଲ୍ କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତ୍ରିଜୀବ ନନ୍ଦ ଯୋଗଦେଇ ମଧ୍ୟ ନିଜ ମୌଳିକ ଅଧିକାର ସଂପର୍କରେ ଆଲୋଚନା କରିଥିଲେ।

Comments are closed.