ଅନଲାଇନ କ୍ଲାସର ବିକଳ ଚିତ୍ର: ଗାଁ ବିଲରେ ଚାଲିଛି ପାଠ ପଢା

ବଲାଙ୍ଗିର : ପାଠ ପଢିବା ଖୁବ ସହଜ। ଘରେ ଘରେ ପାଠ ପହଞ୍ଚି ଯିବ। ଅନ୍‍ଲାଇନରେ କ୍ଲାସ ହେବ। ଆଉ ପିଲାଙ୍କୁ କରୋନା କାଳରେ ଶ୍ରେଣୀ କଠୋରୀର ଆବଶ୍ୟକତା ନାହିଁ କି ସ୍କୁଲ ଯିବାର ଦରକାର ନାହିଁ। ଘରେ ମୋବାଇଲ ଅନ୍‍ କଲେ ପିଲା ପାଠ ପଢିବେ। କିନ୍ତୁ ବଲାଙ୍ଗିର ଜିଲାର ସଦର ମହକୁମା ଠାରୁ ମାତ୍ର ୧୫ କିମି ଦୂରରେ ଏଭଳି ଗାଁ ରହିଛି ଯେଉଁଠି ଇଣ୍ଟରନେଟ ସ୍ୱପ୍ନ।

ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗାଁ। ଗାଁରେ ପାଣି ପିଇବା ପାଣି ମିଳିଯିବ। କିନ୍ତୁ ଦୂର ସମ୍ପର୍କୀୟଙ୍କ ସହ କଥା ହେବା ସହଜ ନୁହେଁ। ଏପରିକି ସରକାରଙ୍କ ଦ୍ୱାରା କରାଯାଇଥିବା ଅନ୍‍ଲାଇନ କ୍ଲାସ ଏଠି ଅପହଞ୍ଚ। ଏହା ପିଲାମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ସବୁଠୁ ବଡ କଥା ହେଉଛି ଗାଁରେ ଇଣ୍ଟରନେଟ୍‍ ସମସ୍ୟା ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନଙ୍କ ପାଖରେ ମୋବାଇଲ ଅଛି, ସେମାନେ ଗାଁରେ ଆଦୌ କଥା ହୋଇ ପାରୁ ନହାଁନ୍ତି। ଗାଁରୁ ଟିକି ଦୂର ଅଞ୍ଚଳକୁ ଗଲେ ଯଦି ନେଟୱାର୍କ ଆସେ ତାହା ହେଲେ ଦୁଇ ପଦ କଥା ହୋଇଥାନ୍ତି ଲୋକେ। ଏ ସମ୍ପର୍କରେ ଗାଁର ଯୁବ ଗୋଷ୍ଠୀ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଚିଠି ମଧ୍ୟ ଲେଖିଲେଣି। କିନ୍ତୁ ଆଜି ଯାଏଁ ଫଳ ଶୂନ। ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିଠି ଲେଖା ଯାଇଥିବା ବେଳେ ଉତ୍ତରକୁ ଅପେକ୍ଷା କରିଛନ୍ତି ଗାଁ ଲୋକେ। ତେବେ ସବୁଠୁ ବଡ ସମସ୍ୟା ଗାଁ ପିଲାମାନଙ୍କ ଅନ୍‍ଲାଇନ ଶିକ୍ଷା। ସରକାର ଅଇଲାଇନ କ୍ଲାସ ହେବ ବୋଲି କହିଲେ। କିନ୍ତୁ ଏହି ଗାଁ ପିଲାଙ୍କ ମଧ୍ୟରେ ସମ୍ଭବ ହୋଇପାରି ନାହିଁ। ଅନେକ ପିଲାଙ୍କ ପାଖରେ ମୋବାଇଲ ଫୋନ ନଥିବା ବେଳେ ଦ୍ୱିତୀୟ ସମସ୍ୟା ହେଉଛି ଇଣ୍ଟନେଟ୍‍। ପ୍ରାଥମିକ ପାର୍ଯ୍ୟାୟରେ କିଛି ଦିନ ପାଇଁ ମୋବାଇଲ୍‍ ମାଗି ଆଣି ପାଠ ପଢିଥିଲେ। ହେଲେ ମୋବାଇଲ କିଏ ବା କାହାକୁ ସବୁଦିନ ଦେବ। ଗାଁର ସ୍ୱେଚ୍ଛାସେବୀ ରମାକାନ୍ତ ନାଏକ, ବିବେକ ଭାଟି, ଆଦିକନ୍ଦ ବଗର୍ତ୍ତୀ ପ୍ରମୁଖ ତୁରନ୍ତ ଗାଁରେ ଟାୱାର ବସାଯାଉ ବୋଲି ଦାବି କରିଛନ୍ତି।

Comments are closed.