ଜୁଲାଇ ୧୩ରୁ ସବୁ କଲେଜରେ ଆରମ୍ଭ ହେବ ଅନଲାଇନ କ୍ଲାସ

ଚଳିତ ଜୁଲାଇ ୧୩ତାରିଖରୁ ସବୁ କଲେଜରେ ଆରମ୍ଭ ହେବ ଅନଲାଇନ କ୍ଲାସ। ଏ ନେଇ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୩୧ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରିବାକୁ ମଧ୍ୟ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଏହାଛଡା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନଗୁଡିକୁ ପରିଚାଳନା କରିବାକୁ କୁହାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଶ୍ରେଣୀ ଗୃହରେ ପାଠପଢା ପାଇଁ ଅନୁମତି ଦିଆଯାଇନାହିଁ।

ତେବେ ସବୁ ଶିକ୍ଷାନୁଷ୍ଠାନରେ ହେଲପଲାଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀମାନେ ଲାଇବ୍ରେରୀରୁ ଯେପରି ବହି ନେଇ ପଢିପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

Comments are closed.