ଅନଲାଇନ କାରବାରରେ ନିଜକୁ କିପରି ରଖିବେ ସୁରକ୍ଷିତ

ବର୍ତ୍ତମାନ ସମୟରେ ଆମେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଛେ।  କେବଳ ଆମେ ଇଣ୍ଟରନେଟ ଦ୍ବାରା ସୋସିଆଲ ମିଡିଆର ବ୍ୟବହାର କରୁନେ ଅନଲାଇନ ଟଙ୍କା କାରବାର ଠାରୁ ଆରମ୍ଭକରି, ବିଭିନ୍ନ ଅନଲାଇନ ସପିଂ ଷ୍ଟୋରରୁ ଜନିଷ କିଣାବିକା, ଟିକେଟ ବୁକିଂ ପର୍ଯ୍ୟନ୍ତ ସମସ୍ତ କାମ କରିଥାଉ। କିନ୍ତୁ ବେଳେବେଳେ ଆମେ ଛୋଟ ଛୋଟ ଭୁଲ ପାଇଁ ଠକେଇର ଶିକାର ହୋଇପାରନ୍ତି। ଡିଜିଟାଲ ଯୁଗରେ ଅନଲାଇନ କାରବାର ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗୁଗୁଲ ବହୁ ଉପାୟ ବାହାର କରିଛି।

 

୧-   ପ୍ରଥମେ ଆପଣଙ୍କ ମୋବାଇଲର ଇ-ମେଲରେ ପଞ୍ଜିକୃତ ମୋବାଇଲ ନମ୍ବର ପଡ଼ିଥିବା ଦରକାର। କାରଣ ଆପଣଙ୍କ ଇ- ମେଲ ଜଦି କିଏ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ତୁରନ୍ତ ଏହାର ସୂଚନା ଆସିବ। ଏଥିପାଇଁ ସଦାବେଳେ ଆପଣ ଇ-ମେଲରେ ମୋବାଇଲ ନମ୍ବର ସଂଯୋଗ କରିବା ଜରୁରୀ।

୨- ବେଳେବେଳେ ଆମକୁ ପାସଓ୍ବାର୍ଡ ରିସେଟ କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣଙ୍କୁ ପାସୱାଡ ମ୍ୟାନେଜର ସହାର୍ଯ୍ୟ କରିବ। ପାସୱାଡ ମ୍ୟାନେଜର ଏକ ମଜବୁତ ପାସୱାଡ ତିଆରି କରିବାରେ ଆପଣଙ୍କୁ ସାହାୟତା କରିବ।

୩- ଡିଜିଟାଲ ଦୁନିଆରେ ଟ୍ରୁ- ଫ୍ୟାକ୍ଟର  ଅଥୋଟିକେଶନର ବେଶ ଗୁରୁତ୍ବ ରହିଛି। ଯେବେ ନୂଆ ମୋବାଇଲରେ ଟ୍ରୁ- ଫ୍ୟାକ୍ଟର  ଅଥୋଟିକେଶନ ପଞ୍ଜିକୃତ କରିବେ ନମ୍ବରକୁ ଏକ କୋଡ ଆସିବ । ଏହି କୋଡକୁ ଦେବାପରେ ଏହା ଲଗ-ଇନହେବ । ଏହାସହ ଆପଣଙ୍କ ଆକାଉଣ୍ଟ ସରକ୍ଷିତ ରହିବ।

୪- ଗୁଗୁଲ ପାଖରେ ମଧ୍ୟ ସିକ୍ୟୁରିଟ୍ ଚେକଅପ ଟୁଲ ରହିଛି।  ଏଥିରେ ଆପଣଙ୍କ ପାସଓ୍ବାର୍ଡ ସରକ୍ଷତି ଅଛିକି ନାହିଁ କିମ୍ବା ଆପଣଙ୍କ ଇ-ମେଲ ଆଉ କେଉଁଠି ବ୍ୟବହାର କରାଯାଇଛି କି ନାହିଁ ଜାଣିପାରିବେ।

୫- ସବୁବେଳେ ଆମେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ପ୍ଲେ ଷ୍ଟୋର ବ୍ୟବାହାର କରିବା ଉଚିତ। ଏତତ ବ୍ୟତିିତ ଅନ୍ୟ କୌଣସି ସାଇଟରୁ ଆପ ଡାଉନଲୋଡ କରିବେ ନାହିଁ। କାରଣ ଆପଣଙ୍କ ଡ଼ାଟା ଚୋରି ହେବାର ଆଶଙ୍କା ରହିଛି।

 

୬-  ଆମେ ବେଳେବେଳେ ଆମ ସୋସିଆଲ ମିଡିଆ ଆକାଉଣ୍ଟ ଲଗ-ଇନ କରିବାର ବହୁଦିନ ପର୍ଯ୍ୟନ୍ତ ଲଗ-ଆଉଟ କରି ନ ଥାଉ। ଲଗଆଉଟ ନ କରିବା କାରଣରୁ ଡାଟା ଚୋରିହେବାର ଭୟ ମଧ୍ୟ ଥାଏ।

 

 

Comments are closed.