ଅଣାୟତ ପିଆଜ ଦର, ଖାଉଟି ମୁଣ୍ଡରେ ଚଡ଼କ  

ବାଙ୍କୀ(ଡମପଡ଼ା) : ଓଡ଼ିଆ ଖାଦ୍ୟ ସମାଗ୍ରୀରେ ପିଆଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ସମୟରେ ପିଆଜର ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । ବଜାରରେ ପିଆଜ ଦର ପ୍ରତିଦିନ ବଢ଼ୁଥିବା ବେଳେ ଖାଉଟିମାନଙ୍କ ପାଇଁ ୧କିଲୋ ପିଆଜ କିଣିବା କରୋନା ମହାମାରୀ ସମୟରେ ବହୁବ୍ୟୟ ସାପେକ୍ଷ ହେଉଥିôବା ଦେଖାଯାଇଛି । ବାଙ୍କୀରେ ପିଆଜ ଦର ଅଣାୟତ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ପ୍ରଶାସନ ତରଫରୁ ଅଙ୍କୁଶ ରହୁନଥିବା ହେତୁ ଏପରି ଦରବୃଦ୍ଧି ହେଉଥିବା ଖାଉଟିମାନେ ପ୍ରକାଶ କରିଥିବା ବେଳେ ବାଙ୍କୀରେ ଏବେ କିଲୋ ପିଛା ଦର ୧୦୦ ହୋଇଥିବା ଜଣାପଡିଛି । ସାଧାରଣ ବ୍ୟକ୍ତିଟିଏ ପାଇଁ ପିଆଜ ଖାଦ୍ୟର ମୁଖ୍ୟ ସାମଗ୍ରୀ ଭାବେ ବ୍ୟବହାର କରାଯାଉଥିବା ବେଳେ ପିଆଜ ଦର ବୃଦ୍ଧି ହେତୁ ଚିନ୍ତାର ପଡିଛନ୍ତି ଖାଉଟି । ଦରଦାମ ବୃଦ୍ଧି ହେତୁ ପଖାଳ କଂସାରୁ ଏବେ ପିଆଜ ଉଭାନ ହୋଇଥିବା ବେଳେ ଗୃହ ଚଳାଉଥିବା ଗୃହିଣୀମାନେ ରୋଷେଇ ସାମଗ୍ରୀରେ ପିଆଜର ବ୍ୟବହାର କମ୍ କରୁଥିବା ଦେଖାଯାଉଛି । ବାଙ୍କୀ ବଜାରରେ ପିଆଜ ଚଢ଼ା ଦରରେ ବିକ୍ରୀ କରାଯାଉଥିବା ବେଳେ ନିମ୍ନମାନର ପିଆଜ ଖାଉଟି କିଣୁଥିବା ଅଭିଯୋଗ ହେଉଛି । ପ୍ରଶସନର ଅଙ୍କୁଶ ରହୁନଥିବା ହେତୁ ମୁନାଫା ଖୋର ବ୍ୟାପେରୀମାନେ ନିମ୍ନମାନର ପିଆଜକୁ ବଜାରରେ ଚଢ଼ା ଦରରେ ବିକୁଥିବା ବେଳେ ଖାଉଟିମାନେ ଉପଯୁକ୍ତ ଚଢ଼ା ଦରଦାମ ଦେଇ ମଧ୍ୟ ନିମ୍ନମାନର ପିଆଜ କ୍ରୟ କରୁଥିବା ଦେଖାଯାଉଛି । ତେଣୁ ପ୍ରଶାସନ ଦୃଷ୍ଟିଦେବାକୁ ଖାଉଟିମାନେ ଅନୁରୋଧ କରିଛନ୍ତି ।

Comments are closed.