ପିଆଜ ପୁଦିନା ପରଟା

ଆବଶ୍ୟକ ସାମଗ୍ରୀ :
ସିଝା ଆଳୁ – ୨ଟି
ପୁଦିନା ପତ୍ର (କଟା ହୋଇଥିବା) – ୧କପ 
ଅଟା – ୧କପ
ମଇଦା – ୧କପ
ପିଆଜ (କଟା ହୋଇଥିବା) – ୧ଟି
ଲଙ୍କାଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଧନିଆ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଗରମ ମସଲା – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ବାଦ ଅନୁସାରେ
ତେଲ – ଆବଶ୍ୟକ ଅନୁଯାୟୀ
ପାଣି – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ର ନେଇ ସେଥିରେ ଅଟା, ମଇଦାରେ ଲୁଣ ଓ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିଲା ପରେ ତାକୁ ନରମ କରିବା ପାଇଁ କିଛି ସମୟ ରଖି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ। ସେଥିରେ ପୁଦିନା ପତ୍ର, କଟା ପିଆଜ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଚକଟି ଥିବା ଅଟାକୁ ନେଇ ଛୋଟ ଛୋଟ ବଲ ଆକୃତିର କରନ୍ତୁ। ତାପରେ ଗୋଲ ଗୋଲ କରି ତାକୁ ବେଲି ତା ମଝିରେ ଆଳୁର ମିଶ୍ରଣ ଦେଇ ଦିଅନ୍ତୁ। ପୁଣି ତାକୁ ହାଲକା ବେଲି ଦିଅନ୍ତୁ।ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହୋଇଗଲେ ସେଥିରେ ବେଲି ଥିବା ପରଟାକୁ ପକାନ୍ତୁ। ତାପରେ ପରଟା ଉପରେ ଅଳ୍ପ ଅଳ୍ପ ତେଲ ପକାଇ ସେକନ୍ତୁ। ଗୋଟିଏ ପଟ ସେକିବା ପରେ ତାକୁ ଓଲଟାଇ ପୁଣି ତେଲ ଲଗାଇ ସେକନ୍ତୁ।
ପ୍ରସ୍ତୁତ ହୋଇଗଲା  ପୁଦିନା ପରଟା। ଏହା ଉପରେ ଧନିଆ ପତ୍ର ପକାଇ ଗରମାଗରମ ଖାଆନ୍ତୁ। ଏହି ପରଟାକୁ ଆପଣ ଆଚାର କିମ୍ବା ମିଠା ଦହି ସହ ଖାଇ ପାରିବେ।

Comments are closed.