ମାସ ଶେଷ ସୁଦ୍ଧା କମିବ ପିଆଜ ଦର : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବ‌ନେଶ୍ବର : ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିଆଜ ଦର କମିବ ବୋଲି ସୋମବାର ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁଆରି ପ୍ରଥମ ବେଳେକୁ ନୂଆ ପିଆଜର ବଜାର ପ୍ରବେଶ ହେବ। ଏହାପରେ ପିଆଜ ଦରରେ ହ୍ରାସ ଘଟିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।
ଦେଶର ତଥା ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ ୧୦୦ ଟଙ୍କା ଛୁଇଁଛି। ଏହାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସୋମବାର ରାଜଧାନୀ ଭୁବନେଶ୍ବରରେ ପିଆଜ ବିକ୍ରି କରାଯାଇଛି। ସୋମବାର କଂଗ୍ରେସ ନେତା ଓ ସଦସ୍ୟମାନେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ କିଲୋ ପ୍ରତି ୪୦ ଟଙ୍କା ଦରରେ ପିଆଜ ବିକ୍ରି କରିଛନ୍ତି।
କଂଗ୍ରେସର ଏଭଳି ପିଆଜ ବିକ୍ରିକୁ ମନ୍ତ୍ରୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି, କଂଗ୍ରେସର ପିଆଜ ବିକ୍ରି ଏକ ପ୍ରକାର ସ୍ଥାୟୀ ସମାଧାନ ନୁହେଁ। ନିଜ ପ୍ରତି ଆକର୍ଷିତ କରିବା ପାଇଁ କଂଗ୍ରେସ ଏଭଳି କରୁଥିବା ଶ୍ରୀ ସ୍ବାଇଁ କହିଛନ୍ତି।

Comments are closed.