ପିଆଜ ମୁଡ଼ୁକି

ଆବଶ୍ୟକ ସାମଗ୍ରୀ
ମଇଦା – ୩କପରୁ ସାମାନ୍ୟ କମ
ପିଆଜ – ୩ଟି
ଟମାଟୋ – ୧ଟି (ସରୁ ସରୁ କଟା ହୋଇଥିବା)
ଲଙ୍କା ଗୁଣ୍ଡ – ୧ଚାମଚ
ଟମାଟୋ ସସ – ୨ଚାମଚ
ଚିଲି ସସ – ୧ଚାମଚ
ସୋଢା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜକୁ ଗୋଲ ଗୋଲ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ମଇଦା, ଲଙ୍କା ଗୁଣ୍ଡ, ଲୁଣ, ସୋଢା, ଟମାଟୋ , ଟମାଟୋ ସସ ପାଣି ପକାଇ ଗାଢା ଘୋଳ ପ୍ରସ୍ତୁତ କରନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ହୋଇଥିବା ପିଆଜକୁ ଏହି ଘୋଳରେ ବୁଡ଼ାଇ ତେଲରେ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ମୁଡ଼ୁକି। ଏହାକୁ ଟମାଟୋ ସସ ଓ ଚିଲି ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.