ପିଆଜି କବାବ

ଆବଶ୍ୟକ ସାମଗ୍ରୀ
ପିଆଜ – ୬ଟି (କଟା ହୋଇଥିବା)
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
କଞ୍ଚାଲଙ୍କା – ୪ଟି
ଅଦା – ଅଳ୍ପ (କଟା ହୋଇଥିବା)
ଜିରା – ୧ ଚାମଚ
ପୁଦିନା ପତ୍ର – ଆବଶ୍ୟକ ପରିମାଣରେ
ଜାଇଫଳ ଗୁଣ୍ଡ – ଅଳ୍ପ
ଗୋଟା ଧନିଆ – ଅଳ୍ପ
ସୋଡ଼ା – ଅଳ୍ପ
ମକା ଅଟା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଅଦାକୁ ମିଶାଇ ଏକ ପାତ୍ରରେ ୧୦ ମିନିଟ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏଥିରେ ମକା ଅଟା, ଲୁଣ, ସୋଡ଼ା, ଗୋଟା ଧନିଆ, ଜାଇଫଳ ଗୁଣ୍ଡ, ପୁଦିନା ପତ୍ର, ଜିରା ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ରଖିଥିବା ମିଶ୍ରଣରୁ ହାତରେ କବାବ ଆକାରର କରି ଘିଅରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜି କବାବ। ଏହାକୁ ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.