କୋହଳ ହେଲା ପିଆଜ ଆମଦାନୀ ନିୟମ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଭାଗରେ ପିଆଜ ଦର କିଲୋ ପିଛା ୮୦ ଟଙ୍କା ଛୁଇଁବା ପରେ ଶେଷରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି । ଦର ନିୟନ୍ତ୍ରଣ ଏବଂ ଘରୋଇ ବଜାରରେ ଯୋଗାଣ ବଢ଼ାଇବା ପାଇଁ ଆଜି ସରକାର ପିଆଜ ଆମଦାନୀ ନିୟମ ‌କୋହଳ କରିଛନ୍ତି । ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦର ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସରକାର ଖୋଲା ବଜାରକୁ ଅଧିକ ମାତ୍ରାରେ ପିଆଜ ଛାଡିବାକୁ ସ୍ଥିର କରିଛନ୍ତି । ଖରିଫ ଋତୁରେ ଉତ୍ପାଦିତ ୩୭ ଲକ୍ଷ ଟନ୍‌ ପିଆଜ ବଜାରକୁ ଆସିଯିବ । ବିଗତ ୧୦ ଦିନ ହେବ ଦେଶରେ ପିଆଜ ଦର ହୁ ହୁ ହୋଇ ବଢ଼ି ଚାଲିଛି ।

Comments are closed.