ଗୁଣକାରୀ ପିଆଜ

କେବଳ ରୋଷେଇ ନୁହେଁ; ଅନ୍ୟ କେତୋଟି କାମରେ ମଧ୍ୟ ପିଆଜର କରାମତି ଦେଖାଯାଇଛି। ଏଇ ଯେପରି

-ପିଆଜ କଟା ଦୁର୍ଗନ୍ଧ ଦୂର କରେ। ଜୋତା ଷ୍ଟାଣ୍ଡ ହେଉ କିମ୍ବା ଘରର କୌଣସି କୋଣରୁ ଦୁର୍ଗନ୍ଧ ଆସୁଥିଲେ, ବ୍ୟସ୍ତ ନ ହୋଇ ଗୋଟିଏ ରାତି ସେଇ ସ୍ଥାନରେ ଦୁଇ ଫାଳ କଟା ପିଆଜ ରଖିଦେବେ। ଦେଖିବେ, ସକାଳକୁ କୌଣସି ଦୁର୍ଗନ୍ଧ ଜଣାପଡ଼ିବନାହିଁ।
– ଧଳା ରଙ୍ଗର ପୋଷାକରେ ଦାଗ ଲାଗିଗଲେ, ପିଆଜରସରେ ତାହା ଛାଡ଼ିଯାଏ। ପ୍ରଥମେ ସେହି ପୋଷାକକୁ ଆଣି ରଖିବେ, ପରେ ଦାଗ ଲାଗିଥିବା ସ୍ଥାନରେ କଟା ପିଆଜ ନଚେତ୍ ପିଆଜ ରସ ୩-୪ ମିନିଟ୍ ଘଷିବା ପରେ ଛାଡ଼ିଦେବେ। ପୋଷାକକୁ ସଫା କରି ଶୁଖାଇଦିଅନ୍ତୁ, ଦାଗ କେଉଁଆଡ଼େ ଉଭାନ୍ ହୋଇଯିବ।
– ଛୁରିରେ କିମ୍ବା ଅନ୍ୟ କୌଣସି ଲୁହା ବାସନରେ ଜଙ୍କ୍‌ ଲାଗିଥିଲେ, ପିଆଜରସରେ ଜଙ୍କ୍ ଛଡ଼ାଇପାରିବେ। ପିଆଜରସକୁ ଲଗାଇ ବାସନକୁ ୨୦ ମିନିଟ୍ ଛାଡ଼ି ଦେଇ ଧୋଇନେବେ। ୨-୩ ଥର ଏପରି କରିବା ପରେ ଜଙ୍କ୍‌ ଦାଗ ଦୂର ହୋଇଯିବ।

Comments are closed.