ରାଜ୍ୟ‌ରେ ବର୍ଷକୁ ଆବଶ୍ୟକ ସାଢ଼େ ତିନି ଲକ୍ଷ ମେଟ୍ରିକ ଟନ୍‌ ପିଆଜ, ଚାହିଦା ଅନୁଯାୟୀ ଉତ୍ପାଦନ ହେଉନଥିବାରୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡିଶା

ଭୁବନେଶ୍ବର : ପ୍ରତିବର୍ଷ ପାର୍ବଣ ସମୟ‌େ‌ର ରାଜ୍ୟରେ ବଢ଼ୁଛି ପିଆଜ ଦର । ଚାହିଦା ଅନୁଯାୟୀ ପର୍ୟ୍ୟାପ୍ତ ପରିମାଣର ପିଆଜ ଉତ୍ପାଦନ ହୋଇପାରୁ ନ ଥିବାରୁ ଆବଶ୍ୟକତା ପୂରଣ କରିବା ପାଇଁ ଓଡ଼ିଶାକୁ ସବୁ‌େ‌ବଳେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଲୋକେ ବାର୍ଷିକ ୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ ପିଆଜ ବ୍ୟବହାର କରିଥାନ୍ତି । ତେବେ ଘରୋଇ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଘରୋଇ ଭାବେ ମାତ୍ର ୯୦ ହଜାର ମେଟ୍ରିକ ଟନ୍‌ ପିଆଜ ଉତ୍ପାଦନ କରାଯାଇଥାଏ । ମୁଖ୍ୟତଃ ଭାବେ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଝି, ପାଟଣାଗଡ, ‌ସୋହେଲା, ଝାରସୁଗୁଡା, ଅନୁଗୋଳ ଏବଂ ଦକ୍ଷିଣ ଓଡ଼ିଶାର କଳାହାଣ୍ଡିର କିଛି ସ୍ଥାନରେ ପ୍ରଚୁର ଭାବେ ପିଆଜ ଚାଷ କରାଯାଇଥାଏ । ପିଆଜ ମହଜୁଦ କରିବାକୁ ସୁବିଧାସୁଯୋଗର ଅଭାବ ଯୋଗୁ ଏଠାରେ ଚାଷୀ ଉତ୍ପାଦନ ସମୟରେ ଏହାକୁ ଶାଗମାଛ ଦରରେ ବିକ୍ରି କରି ଦେଇଥାନ୍ତି । ଯାହା ଫଳରେ ବର୍ଷର ଅନ୍ୟ ସମୟରେ ଆମକୁ ପିଆଜ ପାଇଁ ମହାରାଷ୍ଟ୍ର, ଆନ୍ଧ୍ରପ୍ର‌େ‌ଦଶ, ତେଲଙ୍ଗାନା, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ ।

Comments are closed.