ଭାରତୀୟ ବଜାରକୁ ଖୁବଶୀଘ୍ର ଆସିବ ୱାନ-ପ୍ଲସ ଟିଭି

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ୱାନ-ପ୍ଲସ ଖୁବଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରାଇବ ତାର ୱାନ-ପ୍ଲସ ଟିଭି। ୱାନ-ପ୍ଲସର ଏହି ସ୍ମାର୍ଟ ଟିଭି ୨୦୧୯ମସିହା ମଇ ମାସରେ ବଜାର ପ୍ରବେଶ କରିବ। ମାତ୍ର ଏହାର କୌଣସି ସଠିକ୍‍ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ କିନ୍ତୁ ଅନୁମାନ ଲଗାଯାଉଛି ଜୁନ ମାସରେ ହେବାକୁ ଥିିବା କ୍ରିକେଟ ବିଶ୍ୱକପ ସମୟରେ ଏହି ଟିଭିକୁ ଲଞ୍ଚ କରାଯିବ। ଆମାଜନ ଇଣ୍ଡିଆରେ ଉପଲବ୍ଧ ହେବ ଏହି ଟିଭି। ଏହା ବ୍ୟତୀତ ଅଫଲାଇନ ଷ୍ଟୋର କ୍ରୋମା ଏବଂ ରିଲାଏନ୍ସ ଡିଜିଟାଲରେ ଉପଲବ୍ଧ ହେବ ଏହି ଟିଭି।

Leave A Reply