ହାତୀ ଆକ୍ରମଣରେ ମହିଳା ମୃତ ; ଅନ୍ୟ ୩ ଗୁରୁତର

ଭୁବନେଶ୍ୱର : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଆଜି ଭୋର ସମୟରେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ବେହେରା। ଘଟଣାରେ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମହିଳାଜଣଙ୍କ ଭୋର ୪ଟା ସମୟରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି। ସ୍ଥାନୀୟଲୋକେ ବନ ବିଭାଗ ଓ ପୁଲିସକୁ ଘଟଣା ବିଷୟରେ ଖବର ଦେବା ପରେ ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ହାତୀକୁ ଚନ୍ଦକା ଜଙ୍ଗଲକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।

 

Comments are closed.